ରିଲ୍ ନୁହେଁ, ରିୟଲ୍ରେ ଏକାଠି ହେବେ ଅରୁଣିତା-ପବନଦୀପ୍

ମୁମ୍ବାଇ: ଫ୍ୟାନ୍ମାନଙ୍କ ଆଶା ପୂରଣ ହେବାକୁ ଯାଉଛି । ରିଲ୍ ନୁହେଁ, ରିୟଲ୍ରେ ଏକାଠି ହେବାକୁ ଯାଉଛନ୍ତି ଇଣ୍ଡିଆନ୍ ଆଇଡଲ୍ର-୧୨ର ଷ୍ଟାର ଯୋଡି ପବନଦୀପ୍ ରାଜନ୍ ଓ ଅରୁଣିତା କାଞ୍ଜିଲାଲ୍ । ଖୁବ୍ଶୀଘ୍ର ଉଭୟଙ୍କ ନିର୍ବନ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଖବର ପାଇବା ପରେ ଏବେ ଶୁଭେଚ୍ଛୁମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେପଟେ ନିକଟରେ ଉଭୟଙ୍କ ଏକ ଦମ୍ଦାର୍ ଗୀତ ରିଲିଜ୍ ହେବାକୁ ଯାଉଛି । ଏଥିରେ ଉଭୟ କଣ୍ଠଦାନ ସହିତ ଅଭିନୟ କରିଛନ୍ତି । ମଞ୍ଜୁର ଦିଲ୍ ଟାଇଟଲ୍ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ । ଯାହାର ଟିଜର୍ ରିଲିଜ୍ ହୋଇସାରିଛି । ଅକ୍ଟୋବର ୨୩ରେ ଏହା ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ଗୀତ ବିଷୟରେ ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ୍ ସୁରାନୀ ମଧ୍ୟ କିଛି କଥା ସେୟାର କରିଛନ୍ତି। ସେ କହିଛନ୍ତି, ଏହି ଗୀତର ସୁଟିଂ ଅନେକଗୁଡ଼ିଏ ସ୍ଥାନରେ ହୋଇଛି । ଉଭୟେ ଏକାଠି ଅନେକ ଗୀତ ଗାଇଥିଲେ ମଧ୍ୟ ଏହି ଗୀତରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି । ଆଗାମୀ ଦିନରେ ୨୦ରୁ ଅଧିକ ଗୀତ ରିଲିଜ୍ ହେବ ବୋଲି ସେ କହିଛନ୍ତି ।
Powered by Froala Editor