ରାଜ୍ୟରେ କରୋନା ନେଲା ୭ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନା ପୁଣି ୭ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୬୫ରେ ପହଁଚିଛି । ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୭୫ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୮୯ ସଂକ୍ରମିତ ହୋଇଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମରେ ୨ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ କଳାହାଣ୍ଡିରେ ଜଣଙ୍କର ମୃତୁ୍ୟ ଘଟିଛି । ସେହିପରି କନ୍ଧମାଳରେ ୧, ଖୋର୍ଦ୍ଧାରେ ୧, ରାୟଗଡ଼ାରେ ୨ ଜଣଙ୍କର ମୃତୁ୍ୟ ହୋଇଛି । କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ ଓ ଗଞ୍ଜାମରେ ୨୫୩ ଜଣଙ୍କର ମୃତୁ୍ୟ ହୋଇସାରିଛି ।
Powered by Froala Editor