Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝିଅର ଚିକିତ୍ସା କରିପାରିଲାନି ମା’, ...

  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ...

  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ...

  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ...

  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ...

  • କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ...

  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ...

  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ...

  • ଆମେରିକାରେ କାମ କରୁଥିବା ବିଦେଶୀ ...

ରାଜନୀତି
Home ›› ରାଜନୀତି ››ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ

ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ

2021-10-20 02:35:55
14482
Share:
Facebook
Twitter
E-Mail
WhatsApp
Telegram
ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ

 ଭୁବନେଶ୍ୱର - ଶେଷରେ ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟରେ ପରିଣତ ହେଲା । ମମିତା ମେହେର ନିଖୋଜ ହେବା ଦିନଠାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ପରିସରରୁ ମାଟି ତଳୁ ଏକ ମୃତ ଦେହ ଉଦ୍ଧାର ପରେ ସତରେ ପରିଣତ ହେବାକୁ ଯାଉଛି । ଆଜି ପ୍ରଦେଶ କଂଗ୍ରେସ କର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏଭଳି ସଙ୍ଗୀନ ଓ ହୃଦୟବିଦାରକ  ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ତଦନ୍ତ ପରିସର ଭୁକ୍ତ କରିବାପାଇଁ ଦାବି କରିଥିଲେ । ପାରିପାଶ୍ୱର୍ିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି ।  ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ୭ଫୁଟ ଗଭୀରତାରେ ଅଧାପୋଡ଼ା ଶବ ମିଳିବା ଏବଂ ଶବପାଖରୁ ବ୍ୟବହାର ସାମଗ୍ରୀ ଆଦି ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିିିତ କରୁଛି ।  

    ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ଜୟବଜରଙ୍ଗ ବାଲି ବସରେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଯାଗାରେ ତାଙ୍କୁ ସାଙ୍ଗରେ ନେଇ ସୌଖିନ ଜିନିଷ କିଣାକିଣି କରିବାର ସିସି ଟିଭି ଭିଡିଓ ଫୁଟେଜ ଅଛି । ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁନାହିଁ । ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ତା ୧୩ ଅକ୍ଟୋବରରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାମରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ । ସିଂଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଘରକୁ ଯାଇ ତାଙ୍କର ଲାପଟପ, ପେନ ଡ୍ରାଇଭ ଆଦି ନିଜ ସହିିତ ନେଇଯାଇଛନ୍ତି ଯାହା ଫଳରେ ମନ୍ତ୍ରୀଙ୍କର ମମିତା ମେହରଙ୍କ ସହିତ ଥିବା ବ୍ୟକ୍ତିଗତ ଅନୈତିକ ସମ୍ପକର ଅନେକ ପ୍ରମାଣ ମିଳିପାରୁ ନାହିଁ । ଏଠାରେ ସ୍ଥାନୀୟ ପୋଲିସ୍ ମନ୍ତ୍ରୀଙ୍କର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଫଳରେ  ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ ଅକ୍ଟୋବର ଦିନ ଛାଡ଼ି ଦେଇଥିଲା । ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଥାନାକୁ ଧରିଆଣିବାର ୨୪ ଘଂଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ଉପସ୍ଥିତ କରାଇବା ପରିବର୍ତେ, ଛାଡ଼ି ଦେବା ପଛରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ଚାପରେ ପଡ଼ି ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଇଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ଅପହୃତା ଶିକ୍ଷୟତ୍ରୀ ମମିତା ମେହେରଙ୍କର କାକା କୌଷିକ ମେହେର ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ସଙ୍ଗୀନ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ରହିଛି । ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ମମିତା ମେହେରଙ୍କର ଷ୍ଟେଟବ୍ୟାଙ୍କରେ ଥିବା ଆକାଉଂଟ ନମ୍ବର -୩୫୩୩୫୪୩୩୯୮ କୁ ୮ ହଜାର ଟଙ୍କା ନିଖୋଜ ହୋଇଥିବା ଦିନ ପଠାଇଥିବା କଥା ସାମନାକୁ ଆସୁଛି । ମମିତା ମେହେରଙ୍କ ବାପା ତାଙ୍କ ଝିଅ ନିଖୋଜ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସନସାଇନ୍ ସ୍କୁଲରେ ଦେହବ୍ୟବସାୟ ଭଳି ଅନେକ ଅନୈତିକ କାର୍ଯ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିରେ କରାଯାଉଥିଲା । ଏହାର କିଛି ଖବର ଝିଅ ପାଖରେ ଥିଲା ତେଣୁ ତାକୁ ସୁଚିନ୍ତିତ ଉପାୟରେ ଅପହରଣ ଓ ପରେ ହତ୍ୟା କରାଯାଇଛି ଏବଂ ଏଥିରେ ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ତଥା ମନ୍ତ୍ରୀଙ୍କ ନିକଟତମ ଲୋକ ଗୋବିନ୍ଦ ସାହୁ ସିଧାସଳଖ ଦାୟୀ ।  ସନସାଇନ ସ୍କୁଲରେ ଅନେକ ଗୁପ୍ତ କଠୋରୀ ରହିଛି ଯାହାକି ମନ୍ତ୍ରୀଙ୍କ ନଷ୍ଟ ଚରିତ୍ରର ମୁକ ସାଖୀ ଅଟନ୍ତି । ଅନେକ ସମୟରେ ସନସାଇନ ସ୍କୁଲର ଛାତ୍ରୀମାନେ ୮-୧୦ ଦିନ ଧରି ସ୍କୁଲ ପରିସରରୁ ନିଖୋଜ ହୁଅନ୍ତି ଏବଂ ଛତିଶଗଡ଼, ରାୟପୁରରୁ ପୁଣି ସ୍କୁଲକୁ ଫେରନ୍ତି- ଏକଥା ଖୋଦ ଗୋବିନ୍ଦ ସାହୁ ନିଜେ ପ୍ରକାଶ କରିଛନ୍ତି । ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କିଛି ନବୁଝି ଏବଂ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ଏବଂ ଶସ୍ତା ମନ୍ତବ୍ୟ ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ସ୍ପର୍ଷକାତର ପ୍ରସଙ୍ଗକୁ ନିରପେକ୍ଷ ଓ ଚାପମୁକ୍ତ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ଏବଂ ମମିତା ମେହେର ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ । ଶ୍ରୀ ସାଲୁଜା, ନିରପେକ୍ଷ ତଦନ୍ତ ନିମନ୍ତେ ଗୃହରାଜ୍ୟ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବି କରିବା ସହିତ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବାପାଇଁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Powered by Froala Editor

Tags Congress , Inc , Odisha congress

Related articles Odisha News Lens 4.1

  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15253
    Oct 11, 2026
  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା
    ଦେଶ-ଦେଶାନ୍ତର

    ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା

    13369
    Oct 11, 2026
  •  କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...
    ଦେଶ-ଦେଶାନ୍ତର

    କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...

    14510
    Oct 11, 2026
  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...
    ଦେଶ-ଦେଶାନ୍ତର

    ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...

    13832
    Oct 11, 2026
  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ
    ଦେଶ-ଦେଶାନ୍ତର

    ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ

    14031
    Oct 11, 2026
  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15626
    Oct 11, 2026
  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା
    ଅପରାଧ

    ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

    13666
    Oct 11, 2026
  • ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା
    ଦେଶ-ଦେଶାନ୍ତର

    ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା

    13826
    Oct 11, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15701
    Oct 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15626
    Oct 11, 2026
  • ଦେଶ-ଦେଶାନ୍ତର

    ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15253
    Oct 11, 2026
  • ଦେଶ-ଦେଶାନ୍ତର

    ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ

    13473
    Oct 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17171
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17861
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17819
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18235
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14503
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14609
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15616
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14289
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16026
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15796
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15025
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15548
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14026
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ

    14031
    Oct 11, 2026
  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15626
    Oct 11, 2026
  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15253
    Oct 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In