୨୫ରୁ ଭୁବନେଶ୍ୱର AIIMSର ବର୍ହିବିଭାଗ ବନ୍ଦ ରହିବ

ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର AIIMSର ବର୍ହିବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏମ୍ସର ଏକାଧିକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ୨୫ ତାରିଖ ପୂର୍ବରୁ ଅନ୍ଲାଇନ୍ରେ ବୁକିଂ କରିଥିବା ରୋଗୀଙ୍କୁ କେବଳ ଅନୁମତି ମିଳିବ। ତେବେ ଟେଲି ମେଡିସିନ୍ ଭଳି କିଛି ସେବା ପୂର୍ବ ଭଳି ଚାଲୁ ରହିବ ବୋଲି ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ହି ବିଭାଗ ବନ୍ଦ ପରେ ଟେଲି ମେଡିସିନ୍ ସେବା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏ ସୋମବାରରୁ ଶୁକ୍ରବାର ଏବଂ ଶନିବାର ଦିନ ସକାଳ ୯ରୁ ଦିନ ଗୋଟାଏ ଯାଏ ମିଳିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ ।
ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି ସେବା, ପଲମୋନାରୀ, ଆନେସ୍ଥେସିଓଲୋଜି ସେବା ଜାରି ରହିବ । ଏଥିସହ ବୁଧବାର ଓ ଶୁକ୍ରବାର ବୟସ୍କଙ୍କୁ ଟିକାକରଣ ଏବଂ ଗୁରୁବାର ୟେଲୋ ଫିଭର (ପୀତ ଜ୍ୱର) କ୍ଲିନିକ୍ ଖୋଲା ରହିବ ।
Powered by Froala Editor