ଥାନାରେ କଳାକନା ବୁଲାଇଲେ ଚୋର : ୨୫ ଲକ୍ଷ ଧରି ଚୋର ଫୁର୍

ଥାନାରେ କଳାକନା ବୁଲାଇଲେ ଚୋର । ଥାନା କର୍ମଚାରୀ ଚା’ ପିଇବାକୁ ଟିକେ ବାହାରକୁ ବାହାରିବା ମାତ୍ରେ ୨୫ ଲକ୍ଷ ଧରି ଚୋର ଫୁର୍ ହୋଇଯାଇଛନ୍ତି । ଏ ଘଟଣା ଘଟିଛି ଉତ୍ତରପ୍ରଦେଶ ଆଗ୍ରାର ଜଗଦୀଶପୁରା ଥାନାରେ ।
ଆଗ୍ରାର ସିଟି ଏସ୍ପି କହିବା ମୁତାବକ, ଥାନାର ମୁଖ୍ୟ ମୋହରିର୍ କିଛି ସମୟ ପାଇଁ ଚା ପିଇବା ପାଇଁ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ । ଫେରି ଦେଖିଲା ବେଳକୁ ଜଣାପଡିଥିଲା ଯେ, କିଛି ଜିନିଷ ଚୋରୀ ହୋଇଛି ଏବଂ ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଜବତ ହୋଇ ରଖାଯାଇଥିବା ୨୫ ଲକ୍ଷ ଟଙ୍କା ଚୋରି ହୋଇଯାଇଛି । ଘଟଣା ବାବଦରେ ଉପରିସ୍ଥ ଅଧିକାରୀ ଜାଣିବା ପରେ ସିଟି ଏସ୍ପି ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଫରେନସିକ୍ ଟିମ ଏବଂ ଡଗ୍ କ୍କ୍ବାଡ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ମାମଲାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ସେତେବେଳେ ଥାନାରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଏହା ସହିତ ଥାନା ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।
Powered by Froala Editor