‘ଜଶନ୍-ଏ-ରିୱାଜ୍’ ଲେଖି ଫସିଲା ଫାବ୍ ଇଣ୍ଡିଆ

ବିବାଦୀୟ ବିଜ୍ଞାପନକୁ ନେଇ ଫସିଛି ଫାବ୍ ଇଣ୍ଡିଆ ବ୍ରାଣ୍ଡ। ‘ଫାବ୍ ଇଣ୍ଡିଆ’ ଇଣ୍ଡିଆ ତରଫରୁ ଦୀପାବଳି ଉପଲକ୍ଷେ ‘ଜଶନ୍-ଏ-ରିୱାଜ୍’ ଅଭିଯାନ ଆରମ୍ଭ ହୋଇଛି। ଏହାକୁ ବିଜେପି ଯୁବ ମୋର୍ଚ୍ଚା ସଭାପତି ତେଜସ୍ୱୀ ସୂର୍ଯ୍ୟ ବିରୋଧ କରିଛନ୍ତି। ସେ କହିଛନ୍ତି ଦୀପାବଳି ‘ଜଶନ୍-ଏ-ରିୱାଜ’ ନୁହେଁ। ଏହା ହିନ୍ଦୁ ଧର୍ମିକ ଭାବନାକୁ ଆଘାତ ଦେଇଛି। ଜାଣିଶୁଣି ଫାବ୍ ଇଣ୍ଡିଆ ଏଭଳି କରିଥିବା ଯୋଗୁଁ ତାକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିବ।
ଫାବ ଇଣ୍ଡିଆର ଏହି ‘ଜଶନ୍-ଏ-ରିୱାଜ୍’ ଅଭିଯାନକୁ ନେଇ ପ୍ରଥମେ ପଦ୍ମଶ୍ରୀ ମୋହନଦାସ ପାଇ ବିରୋଧ କରିଥିଲେ। ସେ କହିଛନ୍ତି, ଏହା ହେଉଛି ଦୀପାବଳି ଉପରେ ଫାବ ଇଣ୍ଡିଆର ଅତ୍ୟନ୍ତ ଲଜ୍ଜାଜନକ ମନ୍ତବ୍ୟ! ଏହା ଖ୍ରୀଷ୍ଟମାସ ଏବଂ ଇଦ୍ ପରି ଏକ ହିନ୍ଦୁ ଧାର୍ମିକ ପର୍ବ! ଏପରି ଏକ ବିଜ୍ଞାପନ ଏକ ଧାର୍ମିକ ପର୍ବକୁ ଧ୍ୱଂସ କରିବାକୁ ଏକ ସୁଚିନ୍ତିତ ପ୍ରୟାସକୁ ଦର୍ଶାଏ। ସେ ଆହୁରି କହିଛନ୍ତି, ଏକ ହିନ୍ଦୁ ପର୍ବ ପାଇଁ ବିଦେଶୀ ଶବ୍ଦର ବ୍ୟବହାର ଆମର ଐତିହ୍ୟକୁ ଛଡ଼ାଇ ନେବା ଏବଂ ଏହାକୁ ନଷ୍ଟ କରିବାକୁ ଏକ ସୁଚିନ୍ତିତ ପ୍ରୟାସ। ତେଣୁ ଏହି ବିଜ୍ଞାପନକୁ ନେଇ କମ୍ପାନୀ ଅଡୁଆରେ ପଡିଛି। ଏଥିସହ ଏହି ବ୍ରାଣ୍ଡକୁ ବୟକଟ୍ କରିବା ପାଇଁ ଦାବି ମଧ୍ୟ ହୋଇଛି।
Powered by Froala Editor