ପୁଲିସ ବାବୁଙ୍କ ଗାଡ଼ି ଧକ୍କାରେ ଯୁବତୀ ମୃତ, ହତ୍ୟା ମାମଲା ରୁଜୁ ପାଇଁ ଦାବି କଲେ ପରିବାର

ସୋମବାର ଜଳନ୍ଧରରେ ଦୁଇଜଣ ଯୁବତୀଙ୍କ ଉପରେ ପୁଲିସ ଅଧିକାରୀଙ୍କ ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ଜଲନ୍ଧରର ଧାନୋୱାଲି ନିବାସୀ ନବଜୋତ କୌର। ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଜାତୀୟ ରାଜପଥ ଅବରୋଧ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସୋମବାର ସକାଳେ ଜଳନ୍ଧର-ଫଗବାଡା ହାଇୱେରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଛି ।
ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଦୁଇଜଣ ଯୁବତୀ ରାସ୍ତା ପାର କରିବାକୁ ଅପେକ୍ଷା କରିଥିଲେ । ରାସ୍ତାରେ ଗାଡି ଯିବା ଆସିବା କରୁଥିବାରୁ ଦୁଇ ଯୁବତୀ ଫାଙ୍କା ରାସ୍ତାକୁ ଅପେକ୍ଷା କରିଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ କାର ଆସି ଉଭୟଙ୍କୁ ଜୋରଦାର ଧକ୍କା ଦେଇଥିଲା । ଦ୍ରୁତ କାରଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ସିସିଟିଭି ଆଧାରରେ କାର ଚାଳକ ଜଣକ ପଞ୍ଜାବ ପୋଲିସର ସବ ଇନସପେକ୍ଟର ବୋଲି ଜଣାପଡିଥିଲା । ଯାହାଙ୍କୁ ଗିରଫ କରାଯାଇଛି ।
ଅନ୍ୟପଟେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଗାଡି ଧକ୍କା ଦେଇଥିବା ଚାଳକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଥିଲେ । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଏସପି ବଲବିନ୍ଦର ଇକବାଲ ସିଂ କାହଲୋ କହିଛନ୍ତି, ଦ୍ରୁତ ଗତିରେ ଗାଡି ଧକ୍କା ଦେଇଥିବାରୁ ଯୁବତୀଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟ ଗାଡି ଓ ଚାଳକଙ୍କ ବାବଦରେ ସୂଚନା ମିଳିଛି । ଯାହାକୁ ଆଧାର କରି ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି ।
Powered by Froala Editor