ଓଲଟିଲା ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି
ଗଜପତି ଜିଲା ଅଡ଼ବା ଥାନା ଅଧୀନ ବିରିକୋଟ ଗ୍ରାମ ନିକଟ ଉଳିଆପଦାଠାରେ ରବିବାର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଏକ ଏସ୍କର୍ଟ ଗାଡ଼ି ଓଲଟି ପଡ଼ିଛି। ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିଲେ। ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସର ଏକ ଟିମ୍ ତପ୍ତପାଣିଠାରୁ ରାଇପଙ୍ଖା ପର୍ଯ୍ୟନ୍ତ ଏସ୍କର୍ଟ କରିବା ପାଇଁ ଯାଇଥିଲା। ଉଳିଆପଦର ନିକଟରେ ହଠାତ୍ ସମ୍ମୁଖକୁ ଏକ ବାଇକ୍ ଆସିଯିବାରୁ ଏସ୍କର୍ଟ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅଡ଼ବା ଥାନା ପୋଲିସ ପହଞ୍ଚତ୍ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।
Powered by Froala Editor