ବର୍ଷେ ପୂର୍ବର ଏକ ଭିଡିଓ ପାଇଁ ଗିରଫ ହେଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ ହରିୟାଣା ପୁଲିସ୍ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଆଉ ସେହି ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ପରେ ଯୁବରାଜ ସିଂଙ୍କ ନାମରେ ଏନେଇ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ତଳର ଏହି ବିବାଦୀୟ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଆଜି ହିସାର ପୁଲିସ୍ ତାଙ୍କୁ ଗିରଫ କରିଛି । ସାମାଜିକ କର୍ମୀ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ । ଏନେଇ ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି ଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
Powered by Froala Editor