ପୂଜା ବଜାରରେ ରିଲିଜ୍ ହେଲା ଏହି ଓଡ଼ିଆ ଚଳଚ୍ଚିତ୍ର
ଭୁବନେଶ୍ୱର: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦେ୍ଧଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ” । ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଗୁରୁବାର ମୁକ୍ତିଲାଭ କରିଛି । କଟକ ବୃନ୍ଦାବନ ହଲ୍ରେ ଫିଲ୍ମର ନିର୍ମାତା ଓ ନିଦେ୍ର୍ଧଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତରେ ଫିଲ୍ମର ପି୍ରମିୟର ଶୋ କରାଯାଇଥିଲା ।
ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତା ରହିଛି । ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି । ଜଣେ ଗରୀବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢେ଼ଇ ନେଉଛି । ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ର । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି । ଉଭୟଙ୍କ ରୋମାଂଟିକ୍ ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।
ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦୁ୍ୟମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସଂଳାପ, ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଦେଇଛନ୍ତି ସଞ୍ଜୟ ନାୟକ । ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ । ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ । ସଂଗୀତ ନିଦେ୍ର୍ଧଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିଦେ୍ର୍ଧଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍ । ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଏବଂ ସଞ୍ଜୟ ନାୟକ ରଚନା କରିଥିବାବେଳେ କଣ୍ଠ ଦାନ କରିଛନ୍ତି ହୁ୍ୟମାନ୍ ସାଗର, ଗୋ÷ରବ, କୁଳଦୀପ, ଅସିମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା । ଚିତ୍ର ଉତୋଳନ କରିଛନ୍ତି ଏସ୍. ରଞ୍ଜନ୍ (ଚେନ୍ନାଇ) ।
କରୋନା ଯୋଗୁଁ ସିନେମା ହଲ୍ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା । ତେଣୁ ପୂଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା । ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଏ ।
ଆଗକୁ ମଧ୍ୟ ସୁମା ରିୟଲ୍ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ରଖାଯାଇଥିବା ପ୍ରଯୋଜକ ସୁନୀଲ୍ ଦାସ କହିଛନ୍ତି ।
Powered by Froala Editor