ଦେଶରେ ଦିନକରେ ୧୪୧୪୬ ପଜିଟିଭ, ୧୪୪ ମୃତ
ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ମହାମାରୀ । ୧୫ ହଜାର ତଳକୁ ଖସିଲା ଭାରତର ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ମାତ୍ର ୧୪ ହଜାର ୧୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୯ ହଜାର ୭୮୮ ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ ୧୪୪ ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୭ ହଜାର ୭୧୯ରେ ପହଞ୍ଚିଛି । ସେହିପରି ଆଜିସୁଦ୍ଧା ଦେଶରେ ୧ ଲକ୍ଷ ୯୫ ହଜାର ୮୪୬ ଟି ସକ୍ରିୟ ମାମଲା ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ୧୯ ହଜାର ୭୪୯ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ମୋଟ ୪ ଲକ୍ଷ ୫୨ ହଜାର ୧୨୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଦେଶରେ ଜୋରଦାର ଚାଲିଛି ଟୀକାକରଣ । ଗୋଟିଏ ଦିନରେ ୪୧ ଲକ୍ଷ ୨୦ ହଜାର ୭୭୨ ଡୋଜ ଟିକା ନେଇଛନ୍ତି ହିତାଧିକାରୀ । ଫଳରେ ଦେଶରେ ଟୀକାକରଣ ୯୭ କୋଟି ୬୫ ଲକ୍ଷ ୮୯ ହଜରା ୫୪୦ କୁ ବୃଦ୍ଧି ପାଇଛି ।
Powered by Froala Editor