ରେଲୱେ ଷ୍ଟେସନରେ ବିସ୍ଫୋରଣ, ୬ ଯବାନ ଆହତ
ରାୟପୁର: ଛତିଶଗଡ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ । ଏଥିରେ ୬ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶନିବାର ସକାଳ ପ୍ରାୟ ୬.୩୦ ସମୟରେ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୬ ଜଣ CRPF ଯବାନ ଆହତ ହୋଇଛନ୍ତି । ଡିଟୋନେଟର ଫାଟିବା ଦ୍ବାରା ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଡିଟୋନେଟରକୁ ଗୋଟିଏ ବଗିରୁ ଅନ୍ୟକୁ ନିଆଯାଉଥିବା ସମୟରେ ଦୁର୍ଘଟଣା ଘଟିଛି ।ରାୟପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୨ରେ ଦୁଇଟି ବଗି ସ୍ଥାନାନ୍ତର ସମୟରେ ଏହି ଦୁର୍ଘଟଣା ଘଟିଛି ।
Powered by Froala Editor