କରୋନା ପିକ୍ ନେଇ ଗୁରୁତ୍ୱପନୂର୍ଣ୍ଣ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ କରୋନା ପିକ୍ରେ ରହିବ । ସମୀକ୍ଷା ପରେ ଏହା ଜଣାପଡ଼ିଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛନ୍ତି । ଗତ ପିକ୍ ସମୟ ଅପେକ୍ଷା ଏବେ ପର୍ଯ୍ୟାପ୍ତ ଅକ୍ସିଜେନ ଷ୍ଟକ ରଖାଯାଇଛି । ବେଡ ଓ ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଅଛି । ୭୧ କୋଭିିଡ ହସ୍ପିଟାଲରୁ ୩୧ଟି ଚାଲିଛି । ୨୬ ପ୍ରତିଶତ ବେଡ, ୧୪.୧୮% ଆଇସିୟୁ ଓ ୧୦ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇଛି । ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ କରୋନା ପିକ୍ରେ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୫୧ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୮୧୪ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୦୩୭ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୧, ବାଲେଶ୍ୱରରେ ୫୨, ବରଗଡ଼ରେ ୩୧୮, ଭଦ୍ରକରେ ୭୩, ବଲାଙ୍ଗୀରରେ ୨୨୭, ବୌଦ୍ଧରେ ୨୨, କଟକରେ ୩୦୪, ଦେବଗଡ଼ରେ ୩୫, ଢେଙ୍କାନାଳରେ ୩୧, ଗଜପତିରେ ୩୫, ଗଞ୍ଜାମରେ ୧୫୧, ଜଗତସିଂହପୁରରେ ୩୯, ଯାଜପୁରରେ ୬୪, ଝାରସୁଗୁଡ଼ାରେ ୨୯୦, କଳାହାଣ୍ଡିରେ ୭୯, କନ୍ଧମାଳରେ ୨୭, କେନ୍ଦ୍ରାପଡ଼ାରେ ୫୮, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୭୦୩, କୋରାପୁଟରେ ୬୨, ମାଲକାନାଗିରିରେ ୩୧, ମୟୂରଭଞ୍ଜରେ ୭୮, ନବରଙ୍ଗପୁରରେ ୧୯୪, ନୟାଗଡ଼ରେ ୬୬, ନୂଆପଡ଼ାରେ ୪୮୬, ପୁରୀରେ ୨୨୩, ରାୟଗଡ଼ାରେ ୮୫, ସମ୍ବଲପୁରରେ ୧୭୧, ସୋନପୁରରେ ୯, ସୁନ୍ଦରଗଡ଼ରେ ୫୧୬, ରାଜ୍ୟ ପୁଲରେ ୧୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
Powered by Froala Editor