୨ଟି ମୁଣ୍ଡ ଓ ୩ଟି ଆଖି ଥିବା ଅଦ୍ଭୁତ ବାଛୁରୀ ଜନ୍ମ

ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁର ଧନିରାମଙ୍କ ଘରେ ଏକ ଅଦ୍ଭୁତ ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି। ଉକ୍ତ ବାଛୁରୀ ଛୁଆଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି। ଧନିରାମ ବାଛୁରୀ ଜନ୍ମ କରିଥିବା ଗାଈଟିକୁ ୨ ବର୍ଷ ପୂର୍ବେ କିଣିଥିଲେ। ନିକଟରେ ଗାଈଟି ଗର୍ଭବତୀ ହୋଇଥିଲା। ତେବେ ଗାଈଟି ଛୁଆ ଜନ୍ମ କରିବା ପରେ ଛୁଆଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଥିଲେ ଧନିରାମ ।
ବାଛୁରୀଟି ତା’ ମା ପାଖରୁ କ୍ଷୀର ପାନ କରିବାରେ ସମସ୍ୟା ହେଉଥିବା ଧନିରାମ କହିଛନ୍ତି। ତେଣୁ ପରିବାର ଲୋକେ ବାହାରୁ କ୍ଷୀର ମଗାଇ ବାଛୁରୀଟିକୁ ପିଆଉଥିବା କହିଛନ୍ତି । ନବରାତ୍ରୀ ବେଳେ ବାଛୁରୀ ଛୁଆଟି ଜନ୍ମ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ମା ଦୁର୍ଗାଙ୍କ ଅବତାର ବୋଲି କହିଛନ୍ତି । ଏମିତିକି ସ୍ଥାନୀୟ ଲୋକେ ବାଛୁରୀଟିକୁ ମା’ ଦୁର୍ଗାଙ୍କ ଅବତାର କହି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।
Powered by Froala Editor