ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

ଏବେ ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’ର ପରିଚାଳନା ଦାୟିତ୍ୱ । ମିଲ୍କ ମୁ ବ୍ରାଣ୍ଡ୍ର ଉତ୍ପାଦ ବିକ୍ରି କରୁଥିବା ମିଲ୍କ ମନ୍ତ୍ର ଡେରି ପ୍ରାଇଭେଟ୍ ଲିମିଟେଡ୍କୁ ହଟ୍ସନ୍ ଆଗ୍ରୋ ପ୍ରଡକ୍ଟସ୍ ଲିମିଟେଡ୍ ଅଧିଗ୍ରହଣ କରିଛି। ଏହି ଅବସରରେ ମିଲ୍କ ମନ୍ତ୍ରର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର କହିଛନ୍ତି ମାଲିକାନାରେ ଏହି ପରିବର୍ତ୍ତନ ଓଡ଼ିଶା ତଥା ରାଜ୍ୟ ବାହାରେ ସକାରାତ୍ମକ ପରିବର୍ତ୍ତନ ଆଣିବ।
ହଟ୍ସନ୍ ଆଗ୍ରୋର ଅଧ୍ୟକ୍ଷ ଆର୍ ଜି ଚନ୍ଦ୍ରମୋଗନ କହିଛନ୍ତି ଯେ ମିଲ୍କ ମନ୍ତ୍ର ଅଧିଗ୍ରହଣ ପୂର୍ବ ଭାରତରେ କମ୍ପାନିର ସ୍ଥିତିକୁ ଦୃଢ଼ କରିବ। ଆମର ଅରୁଣ, ଇବାକୋ, ହଟ୍ସନ୍ ଓ ଅରୋକ୍ୟା ଭଳି ବ୍ରାଣ୍ଡ୍ ଥିବା ବେଳେ ସେଥିରେ ମିଲ୍କ ମୁକୁ ଯୋଡ଼ିବାକୁ ଆମେ ଅତ୍ୟନ୍ତ ଉତ୍ସାହିତ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀକୁମାର ଆହୁରି କହିଛନ୍ତି, ମିଲ୍କ ମନ୍ତ୍ର ସର୍ବଦା ଚାଷୀଙ୍କୁ ସଶକ୍ତ କରିବା, ଦୁଗ୍ଧ ସଂଗ୍ରହ ମଡେଲ୍କୁ ଅଗ୍ରଣୀ କରିବା, ଉଚ୍ଚ ମାନର ଦୁଗ୍ଧଜାତୀୟ ଉତ୍ପାଦ ଯୋଗାଇବାକୁ ଗୁରୁତ୍ବ ଦେଉଛି। ହଟ୍ସନ୍ ଆଗ୍ରୋ ଭଳି କମ୍ପାନି ଦ୍ବାରା ଅଧିଗ୍ରହଣ ହେବା ବଜାରରେ ଆମର ପ୍ରଭାବ ବୃଦ୍ଧି କରିବ ବୋଲି ସେ କହିଛନ୍ତି।
Powered by Froala Editor