ମାଲକାନଗିରି ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ତିନି ମାଓବାଦୀ ମୃତ
ମାଲକାନଗିରି: ମାଲକାନଗିରି ପୋଲିସକୁ ପୁଣି ଏକ ବଡ ସଫଳତା । ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା ।
ପୋଲିସର ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ମାଓବାଦୀଙ୍କ ମଧ୍ୟରେ ଦୁଇ ପୁରୁଷ ମାଓବାଦୀ ଏବଂ ଜଣେ ମହିଳା ମାଓବାଦୀର ମୃତଦେହକୁ ଉଦ୍ଧାର କରିଛି ପୋଲିସ ।
ଘଟଣାସ୍ଥଳରୁ SLR, କାରବାଇନ ଭଳି ଦୁଇଟି ବନ୍ଧୁକ , ଔଷଧ , ମାଓ ବ୍ୟବହୃତ ପୋଷାକ , ମାଓ ପୁସ୍ତିକା , ବିସ୍ପୋରକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ । ବର୍ତ୍ତମାନ ମଧ୍ୟ ସେହି ଆଖପାଖ ଅଞ୍ଚଳରେ ସର୍ଚ୍ଚଅପରେସନ ଚାଲିଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।
Powered by Froala Editor