ବିଧାୟକଙ୍କ ଗାଡି ଉପରେ ବୋମା ମାଡ ଘଟଣା: ଦୁଇ ଜଣଙ୍କ ଫଟୋ ଜାରି
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଛି। ଏହି ଦୁଇ ଜଣ ଅଭିଯୁକ୍ତ ବୋମା ମାଡ କରିଥିବା ଅନୁମାନ କରି ପୁଲିସ ତଦନ୍ତ ଆଗକୁ ବଢାଇଛି। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି। ଏଥିସହ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର ଘୋଷଣା କରିଛନ୍ତି ।
ଗତ ରବିବାର ବିଧାୟକ ମୋହନ ମାଝୀ ଏକ ସଭାରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ବିଧାୟକ । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ଗାନ୍ଧି ଛକଠାରେ ୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ବିଜେପି କର୍ମୀ । ଅନ୍ରପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ଛାନବିନ୍ କରୁଥିବା ବେଳେ, ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତକୁ ବ୍ୟାପକ କରିଛି । ତେବେ ଖୁବଶୀଘ୍ର ବୋମାମାଡ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରଝର ଏସପି ମିତ୍ରଭାନୁ ମହାପାତ୍ର । ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ ଦେଇଛି ବିଜେପି ।
Powered by Froala Editor