ପୁଣି ଓଡିଶାକୁ ବାତ୍ୟା, ଏବେ ଭୟ ବଢାଉଛି 'ଜୱାଦ'
ଭୁବନେଶ୍ବର: ପୁଣି ଓଡିଶାକୁ ବାତ୍ୟା ଭୟ । ଗୁଲାବ ଓ ଶାହିନ ପରେ ଏବେ ଭୟ ବଢାଉଛି 'ଜୱାଦ' । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାର ସଙ୍କେତ ଦେଇଛି ପାଣିପାଗ ବିଭାଗ । ବଢୁଥିବା ତାପମାତ୍ରା ଲଘୁଚାପକୁ ବାତ୍ୟାର ରୂପ ଦେବାରେ ସମ୍ପୂର୍ଣ୍ଣ ଆଶଙ୍କା ରହିଛି ।
ଦକ୍ଷିଣ-ଚୀନ୍ ସାଗରରେ ଏକ ଘୁର୍ଣ୍ଣିବଳୟ ଯୋଗୁଁ ଆଣ୍ଡାମାନରେ ସୃଷ୍ଟି ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାରେ ବିଳମ୍ବ ହେଉଛି । ତେବେ ତେବେ ଆସନ୍ତା ୪ରୁ ୫ ଦିନ ଏହା ସମୁଦ୍ରରେ ବଳ ଗୋଟାଇ ବାତ୍ୟାର ରୂପ ନେବାର ରହିଛି ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦୁର୍ଗା ପୂଜା ପରେ ଅର୍ଥଆତ ଅକ୍ଟୋବର ୧୬ରୁ ୧୭ ମଧ୍ୟରେ ଏହା ଓଡିଶା-ଆନ୍ଧ୍ର ମୁହାଁ ହୋଇ ସ୍ଥଳଭାଗ ଛୁଇଁପାରେ ।ଘୁର୍ଣ୍ଣିବଳୟ ସ୍ଥିଳ ଭଗଠାରୁ ଅନେକ ଦୂରରେ ଥିବାରୁ ଏହାର ଗତିପଥ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏହା ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଜଣାପଡିବ । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରୁଛି ।୨୨ ବର୍ଷ ତଳେ ଅର୍ଥାତ ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସମଗ୍ର ଉପକୂଳ ଓଡିଶାକୁ ଏହି ମହାବାତ୍ୟା ଛାରଖାର କରିଦେଇଥିଲା । ଆଜିବି ସେହି ସେହି କାଳରାତିକୁ ଭୂଲିପାରୁନାହାଁନ୍ତି ଓଡିଶାବାସୀ ।
Powered by Froala Editor