କୋଇଲା ଅଭାବ ନେଇ ଜବାବ ରଖିଲେ ଶକ୍ତିମନ୍ତ୍ରୀ
କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀ ସମେତ ଅଧା ଭାରତ ଅନ୍ଧାର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବର ଅସତ୍ୟ ଏବଂ ଦେଶରେ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଅନାବଶ୍ୟକ ଆତଙ୍କ ସୃଷ୍ଟି କରାଯାଉଛି। ଆବଶ୍ୟକ ପରିମାଣରେ କୋଇଲା ମହଜୁଦ ରହିଛି । ବିଦ୍ୟୁତ୍ ବିତରଣ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି।
ଆର କେ ସିଂହ କହିଛନ୍ତି, ଗତକାଲି ସନ୍ଧ୍ୟାରେ ଉପରାଜ୍ୟପାଳ ସମ୍ଭାବିତ ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଥିବା ପତ୍ର ସମ୍ପର୍କରେ ତାଙ୍କ ସହିତ ଚର୍ଚ୍ଚା କରିଛନ୍ତି । ତେବେ ଏହି ଘଟଣା ଉପରେ ସରକାରୀ ଅଧିକାରୀମାନେ ନଜର ରଖିଛନ୍ତି ବୋଲି ସେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ତା ସହିତ ଆଜି ବିଏସଇଏସ, ଏନଟିପିସି ଏବଂ ଶକ୍ତି ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ବୈଠକ ବସିଛି । ତେବେ ଦିଲ୍ଲୀରେ ବିଜୁଳି ସଙ୍କଟ ଦେଖାଯିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆର କେ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଅଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଛନ୍ତି । ଆଜିର ଦିନରେ ଆମ ପାଖରେ ୪ଦିନରୁ ଅଧିକ ଦିନ ପାଇଁ ଷ୍ଟକ୍ ବାକି ଅଛି ।
ମନ୍ତ୍ରୀ କହୀଛନ୍ତି ଯେ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (GAIL) ଗ୍ୟାସ୍ ଯୋଗାଣ ବନ୍ଦ କରିବା ବିଷୟରେ ଦିଲ୍ଲୀ ଡିସକମ୍କୁ ଜଣାଇ ଥିଲା । ତାର ଚୁକ୍ତି ଅବଧି ଶେଷ ହେଉଥିବାରୁ ଉକ୍ତ କମ୍ପାନୀ ଆଉ ଗ୍ୟାସ ବିତଣ କରିବ ନାହିଁ। ହେଲେ ଏହି କଥାକୁ ନେଇ ଏକ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ହେଉଛି ଯେ, କୋଇଲା ସଙ୍କଟ ସୃଷ୍ଟି ହୋଇଛି।
Powered by Froala Editor