ଜମ୍ମୁ ଓ କଶ୍ମୀରରେ ନାଗରିକଙ୍କୁ ହତ୍ୟା , ୫୭୦ ଅଟକ

ସପ୍ତାହ ମଧ୍ୟରେ ଜମ୍ମୁ ଓ କଶ୍ମୀର ଉପତ୍ୟକାରେ ୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ଆକ୍ରମଣ ପରେ ଏବେ ଭାରତୀୟ ସେନା ଆକ୍ସନ ମୋଡକୁ ଆସିଛି। ଶ୍ରୀନଗରରେ ପ୍ରାୟ ୭୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ଏହାକୁ ମିଶାଇ ସମଗ୍ର କଶ୍ମୀରରେ ମୋଟ ୫୭୦ଜଣଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରେ ଥିବା କେତେକ ପଥର ଫିଙ୍ଗାଳି ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ପଚରାଉଚରା କରୁଛି।
କଶ୍ମୀର ଉପତ୍ୟକାରେ ନିହତ ହୋଇଥିବା ୭ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ସେହିଭଳି, ପରିସଂଖ୍ୟାନ ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୧ରେ ଏପର୍ଯ୍ୟନ୍ତ ନିହତ ହୋଇଥିବା ୨୮ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ହିନ୍ଦୁ କିଂବା ଶିଖ୍ ସମ୍ପ୍ରଦାୟର ଏବଂ ଅନ୍ୟ ୨ଜଣ ଅଣ-ଆଞ୍ଚଳିକ ଶ୍ରମିକ।
ଆତଙ୍କବାଦୀ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିରୋଧରେ ଚଳାଇଥିବା ଚଢ଼ାଉ ଅଭିଯାନର ଅଂଶବିଶେଷ ଭାବେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ମଧ୍ୟ ଜମ୍ମୁ ଓ କଶ୍ମୀରର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ସେପଟେ ଆତଙ୍କବାଦୀଙ୍କ ବିରୋଧୀ ଅପରେସନକୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଜଣେ ବରିଷ୍ଠ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ଶ୍ରୀନଗରକୁ ପଠାଇଛନ୍ତି।
Powered by Froala Editor