Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ଆମୱେ ପ୍ରଚଳନ କରୁଛି #ଆମ୍‍ୟଙ୍ଗ

ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ଆମୱେ ପ୍ରଚଳନ କରୁଛି #ଆମ୍‍ୟଙ୍ଗ

2021-10-09 11:28:44
26371
Share:
Facebook
Twitter
E-Mail
WhatsApp
Telegram
ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ଆମୱେ ପ୍ରଚଳନ କରୁଛି #ଆମ୍‍ୟଙ୍ଗ

ଭୁବନେଶ୍ୱର : ଯୁବ ପ୍ରାଦ୍ୟୋଗିକିକୁ ତ୍ୱରାନ୍ୱିତ କରିବା ଦିଗରେ ନିବେଶ କରିବା ଏବଂ ସାମୟିକ ନିଯୁକ୍ତି ଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାର ଆବଶ୍ୟକତାକୁ ଉପଲବ୍ଧ କରି ଦେଶର ଅନ୍ୟତମ ଅଗ୍ରଣୀର ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରି କରୁଥିବା କମ୍ପାନୀ ଆମୱେ ଇଣ୍ଡିଆ ସଂପ୍ରତି #ଆମ୍‍ୟଙ୍ଗ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ପୂର୍ବ ଓ ପଶ୍ଚିମ ଭାଗ ବଜାରରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ, ଯୁବବର୍ଗଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ, ବ୍ୟବସାୟ ଓ ସାମାଜିକ ସ୍ତରରେ ବିକ୍ରୟ କୌଶଳରେ ବୃଦ୍ଧି ଘଟାଇ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ଆମୱେର ୧୦ ବର୍ଷିଆ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଲକ୍ଷ୍ୟ ମୁତାବକ ହୋଇଛି । ଏଥିସହିତ ସଫଳତାର ସହିତ ପରୀକ୍ଷାମୂଳକ କାର୍ଯ୍ୟକାରିତା ପରେ ଆମୱେ ଇଷ୍ଟ ମଧ୍ୟ ଉକ୍ତ ଅଞ୍ଚଳରେ ନାରୀ ଶକ୍ତି କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ଏହି ପର୍ଯ୍ୟାୟରେ ଆମୱେ ୪୦୦ରୁ ଅଧିକ ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କ ନିକଟରେ ପହଞ୍ଚି ୧୨ ମାସ ଧରି ଏକାଧିକ ତାଲିମ ଭିତ୍ତିକ କର୍ମଶାଳା ଜରିଆରେ ସେମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଇଛାଶକ୍ତି ଜାଗ୍ରତ କରିବା ଦିଗରେ ସେମାନଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି ।


ଏହି ସମସ୍ତ ପ୍ରୟାସ ଜରିଆରେ ଆମୱେ ଇଣ୍ଡିଆ ମହିଳା ଓ ଯୁବବର୍ଗଙ୍କୁ ସଦା ପରିବର୍ତ୍ତନଶୀଳ ସାମାଜିକ ଗଣମାଧ୍ୟମ ପରିବ୍ୟବସ୍ଥା ମଧ୍ୟରେ ସେମାନଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ଆହରଣ ଓ ସୁଯୋଗ ଯୋଗାଇଦେବ ଏବଂ ସେମାନଙ୍କୁ ସେମାନଙ୍କ ଆଗ୍ରହକୁ ଆଗେଇନେବା ତଥା ତାହାକୁ ସେମାନଙ୍କର ସଫଳ ବ୍ୟବସାୟିକ ଉଦ୍ୟୋଗରେ ପରିଣତ କରିବା ଦିଗରେ ସହାୟତା କରିବ ।


ଶୁଭାରମ୍ଭ ଅବସରରେ ଆମୱେ ଇଣ୍ଡିଆ ପୂର୍ବ ଓ ପଶ୍ଚିମାଞ୍ଚଳର ସିନିୟର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଚନ୍ଦ୍ରଭୂଷଣ ଚକ୍ରବର୍ତ୍ତୀ କହିଥିଲେ, “ଏହି ବର୍ଦ୍ଧିତ ଡିଜିଟାଲ ବିଶ୍ୱରେ ଆମର ପ୍ରତ୍ୟକ୍ଷ ବିକ୍ରେତାମାନେ ହେଉଛନ୍ତି ଆମର ବ୍ରାଣ୍ଡ୍‍ ଆମ୍ବାସାଡର । ପ୍ରୋଜେକ୍ଟ #ଆମ୍‍ୟଙ୍ଗକୁ ନେଇ ଆମେ ଆମର ୩୫ ବର୍ଷରୁ କମ୍‍ ବୟସ ବର୍ଗର ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ବର୍ଦ୍ଧିତ ବ୍ୟବସାୟିକ ଧାରା ସହିତ ସେମାନଙ୍କର କୁଶଳତାକୁ ସମକକ୍ଷ କରିବା ଦିଗରେ ସହାୟତା କରୁଛୁ । ଅଭିଜ୍ଞ ମାର୍ଗଦର୍ଶକଙ୍କ ସହିତ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏହି ଅଧିବେଶନଗୁଡିକ ବ୍ୟବସାୟର ଅଭିବୃଦ୍ଧି ଏବଂ ପ୍ରତ୍ୟକ୍ଷ ବିକ୍ରୟର ଡିଜିଟାଲ ଅଭିବୃଦ୍ଧି ସମ୍ଭାବନା ଦିଗରେ ଅଗ୍ରସର ହେବାକୁ ସାମାଜିକ ବ୍ୟବସାୟ ଢାଞ୍ଚା ଆପଣେଇବା ଉପରେ ମଧ୍ୟ ଦୃଷ୍ଟିନିବଦ୍ଧ କରିବ । ପ୍ରୋଜେକ୍ଟ #ଆମ୍‍ୟଙ୍ଗ ସହିତ ଆମେମାନେ ଆମର ଯୁବ ଉଦ୍ୟୋଗୀଙ୍କ ପାଇଁ କୁଶଳତା ଏବଂ ଆଗ୍ରହ, ଆମୱେ ନେତୃତ୍ୱ ପ୍ରଦାନକାରୀ ଦଳଗୁଡିକ ସହିତ ସଂରଚିତ ତାଲିମ ପଦ୍ଧତି ଆଦି ଆଧାରରେ ଏକ ତ୍ୱରିତ ଯାତ୍ରାପଥ ସୃଷ୍ଟି କରୁଛୁ ।”


“#ଆମ୍‍ୟଙ୍ଗ ଓ ନାରୀଶକ୍ତି ଭଳି କାର୍ଯ୍ୟକ୍ରମ ଜରିଆରେ ଆମେ ଆମର ୩୫ ବର୍ଷ ବୟସ ବର୍ଗରୁ କମ୍‍ ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ସେମାନଙ୍କର ବ୍ୟବସାୟର ମାଲିକ ହେବା ଏବଂ ତାହା ପରିଚାଳନା କରିବାର ସୁଯୋଗ ପ୍ରଦାନ ଲକ୍ଷ୍ୟ ରଖିଛୁ ଏବଂ ସେହି ସମୟରେ ଫିଟ୍‍ନେସ, ସ୍ୱାସ୍ଥ୍ୟପ୍ରଦ ଜୀବନ ନିର୍ବାହ, ରାନ୍ଧଣା ଅଥବା ସୌନ୍ଦର୍ଯ୍ୟ ଆଦିକୁ ନେଇ ସେମାନଙ୍କ ଭିତରେ ଥିବା ଆଗ୍ରହ ଜାଣିବା ଉଦ୍ୟମ କରୁଛୁ,” ବୋଲି ସେ କହିଥିଲେ । ଏହି ପ୍ରୟାସ ସମ୍ପର୍କରେ ମତରଖି ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ଭାରତ ସଂପ୍ରତି ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ରଗୁଡିକ ମଧ୍ୟରେ ଅନ୍ୟତମ ହୋଇଛି । ସେହି ସମୟରେ ବିଗତ ଏକ ବର୍ଷ ଧରି ଆମୱେ ୩୫ ବର୍ଷରୁ କମ୍‍ ବୟସ ବର୍ଗଙ୍କ ନିକଟରୁ ଏହାର ବ୍ୟବସାୟିକ ଢାଞ୍ଚା ପ୍ରତି ଆଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିଆସୁଛି । ପ୍ରକୃତପକ୍ଷେ ଗତବର୍ଷ ନୂତନ ବ୍ୟବସାୟ ମଧ୍ୟରୁ ୬୧.୫% ୩୫ ବର୍ଷରୁ କମ୍‍ ବୟସ ବର୍ଗରୁ ଆସିଥିଲା । ସେମାନଙ୍କର ଦୃଢ ଆଗ୍ରହ ଏବଂ ଅଭିବୃଦ୍ଧିଶୀଳ ମାନସିକତା ଜରିଆରେ ସେମାନେ ସେମାନଙ୍କର ଆଶା ଆକାଂକ୍ଷା ଆଧାରରେ ଅଫ୍‍ଲାଇନ ଓ ଅନ୍‍ଲାଇନର ସେମାନେ ଏକ ଦକ୍ଷ ସମୁଦାୟ ସୃଷ୍ଟି କରିପାରିଛନ୍ତି । ଡିଜିଟାଲ ଉପାୟରେ ସଶକ୍ତ ଏହି ଦୃଢ ଆଗ୍ରହୀ ଉଦ୍ୟୋଗୀଗଣ ସେମାନଙ୍କର ବୃତ୍ତିଗତ ଅଭିଜ୍ଞତା ଅଥବା ସେମାନେ କେତେ ପରିମାଣରେ ବୈଷୟିକି ସମ୍ପର୍କରେ ପରିଚିତ, ସେସବୁ ନିର୍ବିଶେଷରେ ସେମାନେ ସଂପ୍ରତି ପାରମ୍ପରିକ ଦର୍ଶକଙ୍କ ଉର୍ଦ୍ଧ୍ୱକୁ ଯାଇ ସେମାନଙ୍କର ପହଞ୍ଚ ପରିବ୍ୟାପ୍ତ କରୁଛନ୍ତି । ଆମର ଉପଯୁକ୍ତ ମାର୍ଗଦର୍ଶନରେ ପରିଚାଳିତ ଔଦ୍ୟୋଗିକ ଢାଞ୍ଚା ଜରିଆରେ ଆମୱେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟର ପରିପ୍ରକାଶ ନିମନ୍ତେ ସୁଯୋଗ ଯୋଗାଇଦେଇ ଅଭିବୃଦ୍ଧିର ଏକ ପରିବେଶକୁ ନିରନ୍ତର ପୃଷ୍ଠପୋଷକତା କରିଆସୁଛି ।”


“#ଆମ୍‍ୟଙ୍ଗ ଭଳି ପ୍ରୟାସ ଏବଂ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଥିବା ଅତ୍ୟୁଚ୍ଚ ସଫଳ ନାରୀ ଶକ୍ତିକୁ ନେି ଆମେ ଏଭଳି ଏକ ପରିବ୍ୟବସ୍ଥା ସୃଷ୍ଟି କରୁଛୁ ଯାହା ଆମ ପ୍ରତ୍ୟକ୍ଷ ବିକେତ୍ରାଙ୍କ ପାଇଁ ସେମାନଙ୍କର ନିଜସ୍ୱ ବ୍ୟବସାୟ ସଫଳତାର ସହିତ ନିର୍ମାଣ କରିବା ଏବଂ ଆର୍ଥିକ ସ୍ଥିରତା ଆଣିବା ପ୍ରକିୟାକୁ ସହଜ ଓ ସମସ୍ୟାମୁକ୍ତ କରି ଗଢିତୋଳୁଛି,” ବୋଲି ସେ କହିଥିଲେ ।


ଆମୱେ ଲଗାତର କୁଶଳତାରେ ବିକାଶ ପ୍ରୟାସ ଜରିଆରେ ଏହାର ୫,୫୦,୦୦୦ ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ସେମାନଙ୍କ ବ୍ୟବସାୟରେ ବୃଦ୍ଧି ଘଟାଇବା ଦିଗରେ ସହାୟତା କରିବାକୁ ପ୍ରତିବଦ୍ଧ ରହିଆସିଛି । ଆମୱେର ମହିଳା ପ୍ରତ୍ୟକ୍ଷ ବିକ୍ରେତାଙ୍କର ସଂପ୍ରତି ରହିଥିବା କୁଶଳତାରେ ଉନ୍ନତି ଘଟାଇ ସେମାନଙ୍କର ଆମୱେ ବ୍ୟବସାୟକୁ ସ୍ୱାଧୀନ ଭାବରେ ପରିଚାଳନା କରିବା ନିମନ୍ତେ ସେମାନଙ୍କୁ ସମ୍ମୁଖକୁ ଆଣିବା ନିମନ୍ତେ ଗତବର୍ଷ ଆରମ୍ଭ କରାଯାଇଥିବା ନାରୀ ଶକ୍ତି କାର୍ଯ୍ୟକ୍ରମର ସଫଳତାକୁ ନେଇ #ଆମ୍‍ୟଙ୍ଗ ପ୍ରଚଳନ କରାଯାଇଛି । ଏହା ଯୁବ ପ୍ରତ୍ୟକ୍ଷ ବିକ୍ରେତାଙ୍କର କୁଶଳତାରେ ଉନ୍ନତି ସାଧନ, ବ୍ୟବସାୟିକ କାର୍ଯ୍ୟଧାରା ସମ୍ପର୍କରେ ସେମାନଙ୍କ ଜ୍ଞାନରେ ଉନ୍ନତି ଆଣିବା, ଉତ୍ପାଦ ସମ୍ପର୍କରେ ସେମାନଙ୍କୁ ତାଲିମ,ବିବିଧ ବ୍ୟବସାୟିକ ସାଧନର ବ୍ୟବହାର ଏବଂ ସାମାଜିକ ବ୍ୟବସାୟ ଢାଞ୍ଚା ଆଦି ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ ଉପରେ ଆଧାରିତ । ଏହି

ପ୍ରକଳ୍ପ ମଧ୍ୟ ସାମାଜିକ ବ୍ୟବସାୟ ଢାଞ୍ଚାର ଉତ୍‍ଥାନ ସହିତ ଡିଜିଟାଲ ପଦ୍ଧତିରେ ବ୍ୟବସାୟ ପରିଚାଳନା ଉପରେ ଗୁରୁତ୍ୱ ଦେଉଛି । ପ୍ରତ୍ୟକ୍ଷ ବିକ୍ରୟର ପାରମ୍ପରିକ ଧାରାର ଊର୍ଦ୍ଧ୍ୱକୁ ଯାଇ ଏକ ସ୍ଥାୟୀ ବ୍ୟବସାୟ ବ୍ୟବସ୍ଥା ହାସଲ କରିବାକୁ ତ୍ୱରିତ ଭାବରେ ଡିଜିଟାଲ ମାଧ୍ୟମକୁ ଆପଣେଇବା ଉପରେ ଏହା ଆଲୋକପାତ କରୁଛି । ସମସ୍ତ ଅଞ୍ଚଳରେ ଚିହ୍ନଟ କରାଯାଇଥିବା ଯୁବ ପ୍ରତ୍ୟକ୍ଷ ବିକ୍ରେତାଙ୍କୁ ବରିଷ୍ଠ ପ୍ରତ୍ୟକ୍ଷ ବିକ୍ରେତା ଏବଂ ଆମୱେର ନେତୃତ୍ୱ ପ୍ରଦାନକାରୀ ଦଳ ଦ୍ୱାରା ମାର୍ଗଦର୍ଶନ କରାଯିବ, ଯେଉଁମାନେ ସେମାନଙ୍କର ବ୍ୟବସାୟିକ ଯାତ୍ରା ପଥରେ ସେମାନଙ୍କୁ ଉଚିତ ମାର୍ଗଦର୍ଶନ କରାଇବେ ।


ଆମୱେ ଇଣ୍ଡିଆ ବିବିଧ ଅନ୍‍ଲାଇନ ଓ ଅଫ୍‍ଲାଇନ ତାଲିମ ଅଧିବେଶନ ଏବଂ କର୍ମଶାଳାଗୁଡିକ ଜରିଆରେ ମହିଳା ଓ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାରେ ନିରବଚ୍ଛିନ୍ନ ଭାବରେ ପାଣ୍ଠି ନିବେଶ କରିଆସୁଛି । ପ୍ରକୃତପକ୍ଷେ ସଂପ୍ରତି ଆମୱେର ୬୦%ରୁ ଅଧିକ ବିତରକ ହେଉଛନ୍ତି ମହିଳା । ଏହାର ମୂଳ ଦର୍ଶନ ଅନୁଯାୟୀ କମ୍ପାନୀ ସେମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟର ପରିପ୍ରକାଶ ନିମନ୍ତେ ସେମାନଙ୍କୁ ସଠିକ ମଞ୍ଚ ଯୋଗାଇ ଆସୁଛି । 

Powered by Froala Editor

Tags Amway

Related articles Odisha News Lens 4.1

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14583
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14579
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14193
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14761
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13446
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15102
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15364
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14836
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14626
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14579
    Jun 16, 2026
  • ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14583
    Jun 16, 2026
  • ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14466
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14626
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14330
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15044
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13646
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15529
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15364
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14626
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14579
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In