ଆଜି ରାଜ୍ୟରେ ୫୨୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୬ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୦୩ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୩ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୮ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୪୪ କୁ ବୃଦ୍ଧି ପାଇଛି । ଏହା ସହିିତ ବର୍ତ୍ତମାନ ରାଜ୍ୟରେ ଅକ୍ଟିଭ କେସ୍ ରହିଛି ୫ହଜାର ୩୫ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଜଣ, କଟକରୁ ୬୩ଜଣ ଓ ବାଲେଶ୍ୱରରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତ ।
Powered by Froala Editor