ବଡ଼ ଖବର:ବିଦ୍ୟାଭାରତୀ ହିଁ ଅଭିଯୁକ୍ତ
ଭୁବନେଶ୍ୱର: ଏସସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତୁ୍ୟ ମାମଲାରେ ଆଜି ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ହିଁ ଏହି ଘଟଣାର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ବିଦ୍ୟାଭାରତୀ ନାମରେ ଚାର୍ଜସିଟ ଦାଖଲ ହୋଇଛି । ୮୧ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ ପରେ ଚାର୍ଜସିଟ ହୋଇଛି । ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
ବିଦ୍ୟା ଭାରତୀଙ୍କ ନାଁରେ ୮୦ ରୁ ଅଧିକ ସାକ୍ଷ୍ୟ ପ୍ରମାଣ ପତ୍ର ନେଇ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ମୃତୁ୍ୟ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେବା ସହ ସୌମ୍ୟଙ୍କ ମୃତୁ୍ୟରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ ।
ଏହି ଚାର୍ଜସିଟ୍ ଅନୁସାରେ ସୌମ୍ୟ କିଛି ଅଦରକାରୀ କାଗଜପତ୍ରରେ ନିଆଁ ଲଗାଉଥିବାବେଳେ କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିଲେ ତେବେ କାହିଁକି ସୌମ୍ୟଙ୍କୁ ବଞ୍ଚାଇବା ପାଇଁ ବିଦ୍ୟା କୌଣସି ପଦକ୍ଷପ ନେଲେନି? ବିଦ୍ୟାଭାରତୀଙ୍କ ଅବହେଳା କରିଥିବା ତଦନ୍ତରେ ଜଣା ପଡିଛି । ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
Powered by Froala Editor