ସୁଟିଂ ସେଟ୍କୁ ଫେରିଲେ ସେହେନାଜ

ମୁମ୍ବାଇ: ପାଖାପାଖି ମାସେ ପରେ ପୁଣି ଥରେ ସୁଟିଂ ସେଟ୍କୁ ଫେରିଛନ୍ତି ଚୁଲ୍ବୁଲି ନାୟିକା ସେହେନାଜ୍ ଗିଲ୍ । ତାଙ୍କ ଅପ୍ କମିଂ ପଞ୍ଜାବ ଫିଲ୍ମ ‘ହୌସଲା ରଖ୍’ର ଏକ ପ୍ରମୋସନାଲ୍ ଭିଡିଓ ଅପଲୋଡ୍ କରିଛନ୍ତି । ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଛନ୍ତି । ସେହେନାଜ୍ଙ୍କୁ ତାଙ୍କ ଫ୍ୟାନ୍ମାନେ ଶୁଭେଚ୍ଛା ଜଣାଇଛନ୍ତି । ଖୁବ୍ଶୀଘ୍ର ଫିଲ୍ମଟି ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିରେ ସେହେନାଜ୍ଙ୍କ ସହିତ ଦିଲଜିତ୍ ଦୋସାଂଝାଙ୍କୁ ଦେଖିବାକୁ ମିଳିବ ।
ଟେଲିଭିଜନର ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ଗର୍ଲଫ୍ରେଣ୍ଡ ସେହନାଜ ଗିଲ । ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସମୟରେ ସେହନାଜ ଖୁବ ଜୋରରେ କାନ୍ଦୁଥିବା ମଧ୍ୟ ନଜରକୁ ଆସିଥିଲା । ସେହନାଜଙ୍କ ଅବସ୍ଥା ଦେଖି ବହୁ ସେଲିବ୍ରିଟି ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ବଡ଼ କଥା ହେଉଛି ସେ ନିଜ ଅତୀତକୁ ଭୁଲି ପୁଣି ସୁଟିଂ ସେଟକୁ ଫେରିଛନ୍ତି ।
Powered by Froala Editor