୫ ଦିନ ବନ୍ଦ ହେଲା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଉଥିବା ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ୨୫ ତାରିଖ ପର୍ୟ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ୟ୍ୟକ୍ରମ ବନ୍ଦ ରହିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲ ନୋଟିସ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।
Powered by Froala Editor