ହଳଦୀ ହୋଇପାରେ ରୋଗର କାରଣ
ହଳଦୀ ଏକ ଔଷଧୀୟ ଜିନିଷ । ଭାରତୀୟ ମସଲା ମଧ୍ୟରେ ହଳଦୀ ପ୍ରମୁଖ ଅଟେ । ଏହା ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ । ଖାଦ୍ୟର ସ୍ୱାଦ ଓ ରଙ୍ଗ ବଦଳାଇବା ପାଇଁ ସାଧାରଣତଃ ହଳଦୀ ବ୍ୟବହାର କରାଯାଏ । ନିୟମିତ କିଛି କିଛି ହଳଦୀ ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଳଦୀ ଖାଇବାର କେତେକ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି । ହଳଦୀରେ ଅନେକପୋଷକ ତତ୍ତ୍ୱ ସହ କରକୁ୍ୟମିନ୍ ଭଳି ଉପାଦାନ ମଧ୍ୟ ରହିଥାଏ । କ୍ୟାନସର ପ୍ରିଭେନ୍ସନର ଏକ ରିସର୍ଚ୍ଚ ମୁତାବକ, କରକୁ୍ୟମିନ୍ ଯୋଗୁ ଡାଇରିଆ, ବ୍ଲୋଟିଂ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ଏକ୍ସପର୍ଟଙ୍କ ମତରେ, ଦିନକୁ ୩ ଗ୍ରାମ୍ ହଳଦୀ ସେବନ କରିବା ଉଚିତ । ତା’ଠାରୁ ଅଧିକ ପରିମାଣର ହଳଦୀ ଖାଇଲେ ନାନା ଶାରୀରିକ ସମସ୍ୟା ଦେଖାଦେଇପାରେ । ଅଧିକ ହଳଦୀ ଖାଇଲେ ପେଟ ଖରାପ ହୋଇପାରେ । ଏଥିସହ ମାନ୍ଦା ଲାଗିବା ସହିତି ଆବଶ୍ୟକତା ଠାରୁ ଅଧିକ ହଳଦୀ ସେବନ ଦ୍ୱାରା ଡାଇରିଆ ଭଳି ସ୍ଥିତି ଉପୁଜିପାରେ । ମାତ୍ରାଧିକ ହଳଦୀ ସେବନ ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ଏହା ଖୁବ କମ ଲୋକଙ୍କ ଠାରେ ଦେଖାଦିଏ । କିନ୍ତୁ ଯଦି ନିୟମିତ ଅଧିକ ପରିମାଣରେ ହଳଦୀ ସେବନ କରୁଥିବେ ତେବେ ଏହି ସମସ୍ୟା ଦେଖା ଦେବା ଆଶଙ୍କା ଅଧିକ ଥାଏ । ତେଣୁ ସବୁବେଳେ ଠିକ୍ ମାତ୍ରାରେ ହଳଦୀ ଖାଇବା ଉଚିତ୍ ।
Powered by Froala Editor