ସ୍ପିରିଟ୍ରେ ଆସୁଛନ୍ତି ପ୍ରଭାସ

ଆସୁଛି ପ୍ରଭାସଙ୍କ ୨୫ ତମ ଫିଲ୍ମ । ନବରାତ୍ରିର ପ୍ରଥମ ଦିନରେ୨୫ତମ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି ତେଲଗୁ ସୁପରଷ୍ଟାର ପ୍ରଭାସ । ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ଭାଙ୍ଗା ଦେଉଛନ୍ତି ।
ନବରାତ୍ରୀ ଅବସରରେ ପ୍ରଭାସ ଫିଲ୍ମର ନାମ ଘୋଷଣା କରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରିଛନ୍ତି । ଆସନ୍ତା ବର୍ଷ ଏହା ରିଲିଜ କରିବା ପାଇଁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି । ପ୍ରଭାସ ଫିଲ୍ମକୁ ନେଇ କହିଛନ୍ତି, ଏହା ମୋର ୨୫ ତମ ଫିଲ୍ମ। ଏହାକୁ ସେଲିବ୍ରେଟ୍ କରିବା ପାଇଁ ଏହାଠୁ କୌଣସି ଭଲ ଉପାୟ ହୋଇପାରିବ ନାହିଁ। ଏହାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ। ମୋ ପ୍ରଶଂସକ ଏହାକୁ ପସନ୍ଦ କରିବେ। ତେବେ ପୂର୍ବରୁ ମଧ୍ୟ ପ୍ରଭାସ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ଫିଲ୍ମ 'ବାହୁବଳୀ'ରେ ତାଙ୍କର ଦମଦାର ଅଭିନୟ ଯୋଗୁ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ।
Powered by Froala Editor