ଆଇପିଏଲ୍ ବେଟିଂ, ୨ ଗିରଫ
ଦେବଗଡ଼: ଆଇପିଏଲ ସିଜନ୍ରେ ରାଜ୍ୟରେ ବେଧଡକ୍ ଚାଲିଛି ଆଇପିଏଲ୍ ବେଟିଂ । ମାଲକାନାଗିରି ପରେ ଏବେ ଦେବଗଡ଼ରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ୍ ଚଢାଉ କରି ଦୁଇ ଜଣଙ୍କୁ ଗିରଫ୍ କରିଛି ।
ସୂଚନା ଅନୂସାରେ ଦେବଗଡ଼ ଥାନା ପ୍ରଭାଶୁଣି ଗାଁରେ ଏହି ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ପୋଲିସ୍ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏକ ଲାପଟପ୍ ଓ ଦୁଇଟି ମୋବାଇଲ ଜବତ୍ କରାଯାଇଛି ।
ଏହି ମାମଲାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ୍ କରିଥିବା ବେଳେ ଏମାନଙ୍କ ଲିଙ୍କରେ ଆଉ କିଏ କିଏ ରହିଛନ୍ତି ସେମାନଙ୍କ ସନ୍ଧାନ ପାଇବା ପାଇଁ ଦେବଗଡ଼ ପୋଲିସ୍ ଆରମ୍ଭ କରିଛି ତନାଘନା ।
Powered by Froala Editor