ଆଜି ରାଜ୍ୟରେ ୫୨୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୮ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୩୭ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୪୫ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୮୩ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱରରୁ ୧୯ଜଣ, ବରଗଡରୁ ୨, ଭଦ୍ରକରୁ ୩, ବଲାଙ୍ଗୀରରୁ ୩, କଟକରୁ ୪୬, ଦେବଗଡରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୨୪, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୮୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୧, ନୟାଗଡରୁ ୫, ପୁରୀରୁ ୨୧, ସମ୍ବଲପୁରରୁ ୨୧, ସୋନପୁରରୁ ୧, ସୁନ୍ଦରଗଡରୁ ୭ ଓ ରାଜ୍ୟପୁଲରୁ ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୯ହଜାର ୯୯୪କୁ ବୃଦ୍ଧି ପାଇଛି । ଏହାକ ସହିିତ ବର୍ତ୍ତମାନ ରାଜ୍ୟରେ ଅକ୍ଟିଭ କେସ୍ ରହିଛି ୫ହଜାର ୧୧୩ ।
Powered by Froala Editor