ଗଞ୍ଜେଇ ଗୋଦାମ ଠାବ, ବିପୁଳ ଗଞ୍ଜେଇ ଜବତ
କୋରାପୁଟ :କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ରାଙ୍ଗିଣୀଗୁଡ଼ା ଗ୍ରାମରୁ ଅବକାରୀ ବିଭାଗ ଗଞ୍ଜେଇ ଗୋଦାମ ଠାବ କରି ବିପୁଳ ଗଞ୍ଜେଇ ଜବତ କରିଛି । ଗ୍ରାମର ଗୋଟିଏ ଘରେ ବିପୁଳ ଗଞ୍ଜେଇ ଗଛିତ ଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଖବର ପାଇ ଅବକାରୀ ବିଭାଗ ୮୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ରାଜ୍ୟ ବାହାରକୁ ଚାଲଣ ପାଇଁ ଗଛିତ ରଖା ଯାଇଥିବା ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଚାଲଣକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଫେରାର ଆସାମୀ ମାନଙ୍କୁ ଚିହ୍ନଟ କରାଯାଇଛି । ଖୁବ ଶିଘ୍ର ଧରାଯିବ ବୋଲି କୋରାପୁଟ ଅବକାରୀ ସୁପରିଟେଣ୍ଡେ ମନୋଜ କୁମାର ସେଠି କହିଛନ୍ତି । ସୁପରିଟେଣ୍ଡେ ଶ୍ରୀ ସେଠି କହିଛନ୍ତି,ପାଡ଼ୁଆ ଥାନା ବୁଡ଼ିଅ ଳ ରାଙ୍ଗିଣିଗୁଡ଼ାରେ ଗୋଟିଏ ଘର ଭିତରେ ବିପୁଳ ଗଞ୍ଜେଇ ଥିବା ନେଇ ସୂଚନା ମିଳିଥିଲା ।
Powered by Froala Editor