କେନାଲରେ ବୁଡ଼ି ୨ ଶିଶୁ ମୃତ

ପାରାଦୀପ:ଘର ନିକଟ କେନାଲରେ ବୁଡ଼ି ଜୀବନ ହାରିଲେ ୨ ଶିଶୁ। ସେମାନଙ୍କ ମଧ୍ୟରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଇଛି। ଉଭୟଙ୍କ ବୟସ ୪ ବର୍ଷ । ଏପରି ଅଘଟଣ ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡା ବସ୍ତିରେ ଆଜି ଘଟିଛି । ମୃତକଦ୍ୱୟ ହେଲେ ପାରାଦୀପ ଲକପଡା ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀ ଙ୍କ ପୁଅ ଜିତେନ୍ଦ୍ର ।
ଉଭୟ ଶିଶୁ ଆଜି ସକାଳେ ବସ୍ତି ନିକଟ କେନାଲ ବନ୍ଧରେ ଖେଳୁଥିଲେ। ମାତ୍ର ଅସାବଧାନତା ହେତୁ ପାଣି ଭିତରକୁ ଖସି ପଡିଥିଲେ। ଉଭୟଙ୍କୁ ଉଦ୍ଧାର କରି ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor