ଡିଆରଡିଓ ତଥ୍ୟଚୋରୀ ମାମଲାର ଚାଞ୍ଚଲଞ୍ଚଲ୍ୟକର ଖୁଲାସା, ରହସ୍ୟମୟୀଙ୍କ ସମ୍ପର୍କରେ ବଡ ତଥ୍ୟ
ବାଲେଶ୍ୱର: ବାଲେଶ୍ୱର ଡିଆରଡିଓ ତଥ୍ୟଚୋରୀ ମାମଲାର ଏକ ଚାଞ୍ଚଲଞ୍ଚଲ୍ୟକର ଖୁଲାସା ହୋଇଛି । ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ବଡ ତଥ୍ୟ ସାତ୍ନାକୁ ଆସିଛି। ଡିଆରଡିଓ ଗୁପ୍ତଚରୀର ପାକିସ୍ତାନ ଲିଙ୍କ ଥିବା ଜଣା ପଡିଛି । ରହସ୍ୟମୟୀଙ୍କ ଫେସବୁକ୍ ଆକାଉଣ୍ଟରୁ ମିଳିଲା ପାକିସ୍ଥାନ ଲିଙ୍କ । ୪ଟି ଫେସବୁକ୍ ଆକାଉଣ୍ଟ ପାକିସ୍ଥାନରୁ ପରିଚାଳିତ ହେଉଛି ବୋଲି ସୂଚନା ମିଳିଛି ।
ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲା ରହସ୍ୟମୟୀ । ୪ଟି ଫେସବୁକ ଆକାଉଣ୍ଟରୁ ତିନିଟି ଇସଲାମବାଦ ଓ ଗୋଟିଏ ରାୱଲପିଣ୍ଡିରୁ ପରିଚାଳିତ ହେଉଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ଆକ୍ଟିଭ ଥିବା ଆକାଉଣ୍ଟରୁ ଏବେବି ଚାଟିଂ ହେଉଥିବା ମଧ୍ୟ ସେ କହିଛନ୍ତି। ଫେସବୁକ ଆକାଉଣ୍ଟ ପାକିସ୍ଥାନରୁ ଅପରେଟ ହେଉଥିବା ବେଳେ, ପ୍ରକ୍ସି ଆଇପି ଜରିଆରେ ଲୋକେସନ ବ୍ରିଟେନ ଦେଖାଉଥିଲା ।
Powered by Froala Editor