୧୦ ଟି ପେଟିରେ ୩ ହଜାର ଅଣ୍ଡା ଜବତ
କଟକ: କଟକରେ ବହୁ ସଂଖ୍ୟାରେ ପଚା ଅଣ୍ଡା ଜବତ । ଚୌଦ୍ୱାର ବାଳି ଅଞ୍ଚଳରୁ ଏହି ଅଣ୍ଡା ସବୁ କଟକ ସାଆନ୍ତସାହିରେ ଥିବା ଏକ ବେକେରୀ ଫ୍ୟାକ୍ଟ୍ରିକୁ ଆସୁଥିଲା । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାର୍ଡର ଚଢ଼ାଉ କରାଯାଇଛି । ଘଟଣାରେ ଗାଡି ଡ୍ରାଇଭର ଅଟକ ରହିବା ସହ ୧୦ ଟି ପେଟିରେ ୩ ହଜାର ଅଣ୍ଡା ଜବତ କରାଯାଇଛି ।
ଗତ କିଛି ଦିନ ଧରି କଟକରୁ ନକଲି ସାମଗ୍ରୀ ଜବତ ହେଉଛି । ହଳଦୀ, ଲଙ୍କାଗୁଣ୍ଡ, ଘିଅ, ଟମାଟୋ ସସ୍ ଠୁ ଆରମ୍ଭ କରି ଗୁଟକା ଆଦି ଜବତ ହୋଇଛି । ତେବେ ଅଧିକ ଲାଭ ଆଶାରେ ବେକେରୀରେ ଏହି ପଚା ଅଣ୍ଡା ବ୍ୟବହାର ହେଉଥିବା କୁହାଯାଉଛି ।
Powered by Froala Editor