୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ଜାୟରା

୨ ବର୍ଷ ହେଲା ବଲିଉଡକୁ ବାଏ ବାଏ କହିଥିବା ଦଙ୍ଗଲ ଗାର୍ଲ ଜାୟରା ୱସିମ ପୁଣି ସୋସିଆଲ ମିଡିଆରେ ନଜର ଆସିଛନ୍ତି । ଜାୟରା ସୋସିଆଲ ମିଡିଆରୁ ଦୂରେଇ ଯାଇ ସବୁ ଫଟୋ ଡିଲିଟ୍ କରିଦେଇଥିଲେ । କିନ୍ତୁ ପୁଣି ସେ ଏକ ଫଟୋ ସେୟାର କରିଛନ୍ତି । ତାଙ୍କ କମ୍ବ୍ୟାକ୍ ଦେଖି ପ୍ରଶଂସକ ଉତ୍ସାହିତ ହୋଇପଡିଛନ୍ତି ।
ଜାୟରା ଜୁନ୍ ୩୦, ୨୦୧୯ ରେ ସବୁଦିନ ପାଇଁ ବଲିଉଡକୁ ବିଦାୟ ଦେଇଥିଲେ। ଜାୟରା ଯିବା ପୂର୍ବରୁ ତାଙ୍କ ପୋଷ୍ଟରେ ଲେଖିଥିଲେ, ‘ପାଞ୍ଚ ବର୍ଷ ପୂର୍ବେ ମୁଁ ଏକ ନିଷ୍ପତ୍ତି ନେଇଥିଲି, ଯାହା ମୋ ଜୀବନକୁ ବଦଳାଇ ଦେଲା। ମୁଁ ବଲିଉଡରେ ପାଦ ଦେବା ମାତ୍ରେ ଏହା ମୋ ପାଇଁ ଲୋକପ୍ରିୟତାର ଦ୍ୱାର ଖୋଲିଲା। ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଲା ଏବଂ ମୁଁ ଯୁବକମାନଙ୍କ ପାଇଁ ଏକ ରୋଲ୍ ମଡେଲ ଭାବରେ ମାନ୍ୟତା ପାଇଲି। କିନ୍ତୁ, ମୁଁ ସ୍ୱୀକାର କରିବାକୁ ଚାହେଁ ଯେ ମୋ କାମରେ ପ୍ରକୃତରେ ଖୁସି ନୁହେଁ।
ଏହା ପରେ ସେ ବଲିଉଡ ଓ ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ । ବର୍ତ୍ତମାନ ଜାୟରା ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, କିନ୍ତୁ ଏହି ଫଟୋରେ ତାଙ୍କର ଚେହେରା ଦୃଶ୍ୟମାନ ହେଉନାହିଁ। ଜାୟରା ଫଟୋରେ କ୍ୟାପସନ୍ ଦେଇଛନ୍ତି, ‘ଦ ୱାର୍ମ ଅକ୍ଟୋବର ସନ୍’। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor