ଟିକା ପାଇଁ ଦଳାଚକଟା, ୧୨୦ ଟିକା ପାଇଁ ଶହ ଶହ ଲୋକ
ଆଠଗଡ: କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। କରୋନା ବିରୋଧରେ ଲଢିବା ପାଇଁ ଟିକାକରଣ ଏକମାତ୍ରଅସ୍ତ୍ର ପାଲଟିଛି । ତେବେ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାଦାନ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଅନେକ ଟିକା କେନ୍ଦ୍ରରେ ଟିକାପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉତିବା ଦେଖିବାକୁ ମିଳୁଛି। ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛିି। ଆଜି ଆଠଗଡ ବ୍ଲକର ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ପାଇଁ ଦଳାଚକଟା ଦେଖିବାକୁ ମିଳିଛି। ୧୨୦ ଟିକା ପାଇଁ ଲାଗିଛି ଶହ ଶହ ଲୋକଙ୍କ ଧାଡି। ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତୃପକ୍ଷଙ୍କ ଅବ୍ୟବସ୍ଥା ପାଇଁ ଏଭଳି ଅବସ୍ଥା ଥରେ ନୁହେଁ ବରଂ ବାରମ୍ବାର ଦେଖିବାକୁ ମିଳୁଛି। ସକାଳୁ ସକାଳୁ ଟିକା କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଟିକା ନେବା ପାଇଁ ନିଜ ନିଜ ଭିତରେ ଟେଲା ପେଲା ହୋଇଥିଲେ ଧାଡିରେ ଠିଆ ହୋଇଥିବା ଲୋକେ । କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜଜନା ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରକୁ ପୁଲିସଫୋର୍ସ ମୁତୟନ ଅଛନ୍ତି । ଭୋରୁ ଧାଡି ଲଗାଇ ଠିଆ ହୋଇଥିବା ଲୋକେ ଟିକା ନପାଇ ଶେଷରେ ଘରୁ ଫେରିଛନ୍ତି ।
Powered by Froala Editor