ବ୍ଲାକ୍ ଡ୍ରେସ୍ରେ ଦିଶା ପଟାନିଙ୍କ ହଟ୍ ଅନ୍ଦାଜ

ଦିଶା ପଟାନିଙ୍କ ହଟ୍ ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ତାଙ୍କର ଏକ ଫଟୋ ବେଶ୍ ଭାଇରାଲ ହେଉଛି । ବ୍ଲାକ୍ କଲର ଡ୍ରେସ୍ରେ ତାଙ୍କର ବୋଲ୍ଡ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତାଙ୍କର ଫଟୋଗ୍ରାଫର ଶଶା ଜୟରାମଙ୍କ ଦ୍ୱାରା ଏହା କ୍ଲିକ୍ କରାଯାଇଛି । ଯାହାକୁ ଦେଖି ଟାଇଗର ଶ୍ରଫ୍ ମଧ୍ୟ କମେଣ୍ଟ କରିଛନ୍ତି ।
ଦିଶା ଏକ କଳା ରଙ୍ଗର ଷ୍ଟ୍ରାପଲେସ୍ ରଫଲ୍ ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ସେ ତଳେ ବସିଛନ୍ତି । ଟାଇଗରଙ୍କ ମନ୍ତବ୍ୟ ଉପରେ ଜଣେ ୟୁଜର୍ସ ଲେଖିଛନ୍ତି କି – ‘ଟାଇଗର ଜୀବିତ।’ ଦିଶାଙ୍କୁ ପ୍ରଶଂସା କରୁଥିବାବେଳେ ଜଣେ ପ୍ରଶଂସକ କହିଥିଲେ କି – ‘ଏହା ମୋର କ୍ରସ୍’ । ଅନ୍ୟ ଜଣେ ଲେଖିଛନ୍ତି କି – ‘ସୁନ୍ଦର’। ଦିଶା ତାଙ୍କ ଫଟୋ ସହିତ ସେଲିବ୍ରିଟି ଷ୍ଟାଇଲିଷ୍ଟ ଆସ୍ତା ଶର୍ମାଙ୍କୁ ଟ୍ୟାଗ୍ କରିଛନ୍ତି ।
ସୂଚନା ଯେ, ଦିଶା ତାଙ୍କ ହଟନେଶ୍ ଓ ବୋଲ୍ଡ ଫଟୋ ପାଇଁ ବଲିଉଡ୍ରେ ବେଶ୍ ଜଣାଶୁଣା । ସେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଦିୱାନା କରିଥାନ୍ତି । ଇନଷ୍ଟାଗ୍ରାମରେ ଦିଶା ଖୁବ୍ ଆକ୍ଟିଭ୍ ରୁହନ୍ତି ।
Powered by Froala Editor