୨୨ରୁ ଏଲ୍ଏଲ୍ ଓ ଡିଏଲ୍ ଟେଷ୍ଟ ବାତିଲ୍

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟକୁ ବାତିଲ୍ କରି ଦିଆଯାଇଛି । ଆସନ୍ତା ୨୨ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ ହେବ ନାହିଁ । କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ସମସ୍ତ ଆର୍ଟିଓ ଗୁଡ଼ିକୁ ଏଲ୍ଏଲ୍ ଓ ଡିଏଲ୍ ଟେଷ୍ଟ୍ ବାତିଲ ସଂପର୍କିତ ସୂଚନା ଫେସ୍ବୁକ୍ ଓ ଟ୍ୱିଟ୍ରରେ ଶେଆର କରିବାକୁ ଏସ୍ଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମସ୍ତେ ଏନେଇ ଅବଗତ ହୋଇପାରିବେ। ଏସ୍ଟିଏ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମାକୁ ଟ୍ୱିଟ୍ ମଧ୍ୟ କରାଯାଇଛି।
କୋଭିଡ୍ ସଂକ୍ରମଣକୁ ଦେଖି ଗତ ୧୫ ତାରିଖରେ ସରକାରୀ ଅଫିସ୍ ଲାଗି ସାଧାରଣ ପ୍ରଶାସନ ବିଭାଗ ଗାଇଡଲାଇନ୍ ଜାରି କରିଥିଲା । ଯେଉଁଥିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ବୋଲି କୁହାଯାଇଥିଲା । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ପକ୍ଷରୁ ସମସ୍ତ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍ଏଲ) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଟେଷ୍ଟକୁ ବାତିଲ କରି ଦିଆଯାଇଛି।
Powered by Froala Editor