ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନ୍ରିତ୍ୟା ଗୋପାଲ ଦାସ ଅସୁସ୍ଥ
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ମହନ୍ତ ନ୍ରିତ୍ୟା ଗୋପାଲ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କୁ ଲକ୍ଷ୍ନୌରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ନୃତ୍ୟ ଗୋପାଳ ଦାସଙ୍କୁ ୟୁରିନ ଡିସଚାର୍ଚ୍ଚ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅକ୍ସିଜେନ ସ୍ଥର ବି ଠିକ ରହୁନାହିଁ। ଡାକ୍ତରଙ୍କ ଟିମ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି।
ନ୍ରିତ୍ୟା ଗୋପାଳଙ୍କ ବୟସ ୮୩ବର୍ଷ ରହିଛି। ୨୦୧୯ ନଭେମ୍ବରରେ ଅଯୋଧ୍ୟା ମନ୍ଦିର-ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନ୍ରିତ୍ୟା ଗୋପାଳ ଦାସଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଥିଲା। ସେ କେବଳ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୁହେଁ ବରଂ କୃଷ୍ଣ ଜନ୍ମଭୂମି ନ୍ୟାସର ମଧ୍ୟ ଅଧ୍ୟକ୍ଷ। ସୂଚନା ଯେ, ଗତ ବର୍ଷ ନ୍ରିତ୍ୟା କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ସର୍ବସାଧାରଣ କାର୍ଯ୍ୟରୁ ଦୂରେଇ ରହି ତାଙ୍କ ବାସଭବନରେ ଏକାକି ରହିଆସୁଥିଲେ।
Powered by Froala Editor