ଭାବିଥିଲେ ଫେରିବେ, କିନ୍ତୁ ଫେରିଲେନି ନଟୁ କାକା

ଲୋକପ୍ରିୟ କମେଡି ସିରିଏଲ୍ ‘ତାରକ ମେହତା କା ଉଲଟା ଚଷମା’ର ‘ନଟୁ କାକା’ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକଙ୍କର ଦେହାନ୍ତ ହୋଇଛି। ଘନଶ୍ୟାମ ନାୟକ ଦୀର୍ଘ ଦିନ ଧରି କ୍ୟାନସରରେ ଆକ୍ରାନ୍ତ ଥିଲେ। ଶୋ’ର ପ୍ରଡ୍ୟୁସର ଅସିତ୍ ମୋଦି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ‘ତାରକ ମେହତା କା ଉଲଟା ଚଷମା’ ଶୋ’ର ସବୁ କଳାକାର ଦୁଃକ ପ୍ରକାଶ କରିଛନ୍ତି।
ଘନଶ୍ୟାମ ନାୟକ ମେ ୧୨, ୧୯୪୪ରେ ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କ୍ୟାନସର୍ ସହ ଲଢ଼େଇ କରୁଥିଲେ। ତେବେ କେମୋଥେରାପି ଚିକିତ୍ସା ପରେ ସେ ସୁସ୍ଥ ହୋଇଯିବେ ଏବଂ ପୁଣିଥରେ ଶୁଟିଂ ସେଟକୁ ଫେରିବେ ବୋଲି ଆଶବାଦୀ ଥିଲେ। ଏହାରି ଭିତରେ କିଛି ଏପିସୋଡର ଶୁଟିଂ ମଧ୍ୟ କରିଥିଲେ। ୩ ମାସ ପରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଥିଲେ ଯେ, ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି ଏବଂ ସୁସ୍ଥ ଅଛି। ସେଭଳି କୌଣସି ସମସ୍ୟା ନାହିଁ। କିନ୍ତୁ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଥିଲା, ଯେଉଁ କାରଣରୁ ସେ ଚିକିତ୍ସାଧୀନ ଥିଲେ।
'ତାରକ ମେହେଟ୍ଟା କା ଉଲ୍ଟା ଚଷମା' ଅଗଣିତ ଦର୍ଶକଙ୍କ ଭଲ ପାଇବା କାରଣରୁ ଦେଶରେ ବେଶ ଲୋକପ୍ରିୟ ଧାରାବାହିକ ହୋଇପାରିଛି । ଏହି ଧାରାବାହିକରେ ଅଭିନୟ କରୁଥିବା ପ୍ରତିଟି ଅଭିନେତା ଦର୍ଶକମାନଙ୍କ ପାଖରେ ପରିଚିତ ରହିଥାନ୍ତି। ତେବେ ଏହି ଧାରାବାହିକର ଜଣେ ପରିଚିତ ଚେହେରା ଘନଶ୍ୟାମ ନାଏକ ଓରଫ ନଟୁ କାକାଙ୍କର ପରଲୋକରେ ଧାରାବାହିକ ଇଣ୍ଡଷ୍ଟ୍ରୀରେ ଶୋକ ଖେଳିଯାଇଛି ।
Powered by Froala Editor