ଅଲଗା ହେବେ ନାଗା-ସାମନ୍ଥା, ସୋସିଆଲ ମିଡିଆରେ ଦେଲେ ସୂଚନା
ବିବାହର ୪ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ତାରକା ସାମନ୍ଥା ଓ ନାଗା ଚୈତନ୍ୟ । ଶନିବାର ସାମନ୍ଥା ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ସାମନ୍ଥାରୁଥପ୍ରଭୁରେ ଏନେଇ ସ୍ପଷ୍ଟ କରିଥିବା ବେଳେ ଏବଂ ନାଗା ଚୈତନ୍ୟ ମଧ୍ୟ ତାଙ୍କ ଆକାଉଣ୍ଟ ଚୈତନ୍ୟ ଆକିନେନିରେ ସମାନ ପୋଷ୍ଟ କରିଛନ୍ତି ।
ଉଭୟ ଏଥିରେ ଲେଖିଛନ୍ତି ଯେ, ବହୁତ ବିଚାର କରିବା ପରେ ଆମେ ଦୁହେଁ ପତି-ପତ୍ନୀ ଆମ ରାସ୍ତା ଅଲଗା ଅଲଗା କରିବାକୁ ନିଷ୍ପତ୍ତି ନେଲୁ । ଆମର ସୌଭାଗ୍ୟ ଯେ, ଆମେ ଦଶନ୍ଧି ଧରି ଭଲ ସାଙ୍ଗ ଥିଲୁ । ଆମେ ସର୍ବଦା ଏହି ସଂପର୍କକୁ ଯୋଡ଼ି ରଖିବୁ । ଆମେ ଆମର ଶୁଭ ଚିନ୍ତକ, ଫ୍ୟାନ୍ସ ଏବଂ ମିଡିଆ ଭାଇଙ୍କୁ ଅନୁରୋଧ କରୁଛୁ ଏହି ଜଟିଳ ପରିସ୍ଥିତିରେ ଆମକୁ ସେମାନେ ସପୋର୍ଟ କରନ୍ତୁ । ଆପଣ ସମସ୍ତଙ୍କ ଧନ୍ୟବାଦ ।
ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ସାମନ୍ଥା ୨୦୧୦ ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍ ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ କିଛିଦିନ ତଳେ ଉଭୟ ତାରକାଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା ।
ସୂଚନା ଅନୁଯାୟୀ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସାମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅହେତୁକ ଦୁର୍ବଳତାକୁ ଧରାଯାଉଛି । ବିବାହ ପରେ ବି ସାମନ୍ଥା ଅଭିନୟରେ ପୁରାପୁରୀ ବ୍ୟସ୍ତ ରହୁଛନ୍ତି । ଏପରିକି ଗ୍ଲାମରସ୍ ଭାବେ ହଟ ଫଟୋଶୁଟ ବି କରାଉଛନ୍ତି। ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ। ସେମାନେ ଶାଶୁ ଅମଲା ଅକ୍କିନେନିଙ୍କ ପରି ହେବାକୁ ସାମନ୍ଥାଙ୍କୁ ବୁଝାଉଥିଲେ ମଧ୍ୟ ସେ ଏହାକୁ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।
Powered by Froala Editor