ମେ’ମାସ ତୃତୀୟ ସପ୍ତାହକୁ ଭୟଙ୍କର ହେବ କରୋନା

ଭୁବନେଶ୍ୱର: କରୋନା ଆଗକୁ ଆହୁରି ଭୟଙ୍କର ହେବ । ଆଉ ୪/୬ ସପ୍ତାହ ଅର୍ଥାତ ମେ’ମାସ ତୃତୀୟ ସପ୍ତାହ ବେଳକୁ ୧୦ ହଜାରରୁ ଅଧିକ ସବୁଦିନ ପଜିଟିଭ ବାହାରିବେ । ମେ’ଶେଷ ଆଡକୁ ହିଁ ରାଜ୍ୟରେ ପିକରେ ଥିବ କରୋନା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ (ସୋଆ) କୁଳପତି ତଥା ବରିଷ୍ଠ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କରୋନାକୁ ନେଇ ଏମିତି ଭୟଙ୍କର ଆକଳନ କରିଛନ୍ତି । ଡାକ୍ତର ମହାପାତ୍ର କହିଛନ୍ତି, ମୁମ୍ବାଇରେ ଏବେ ପିକରେ ରହିଛି କରୋନା । ସେଠି ମଧ୍ୟ ସଂକ୍ରମଣ ଏକଦମ ରକେଟ ବେଗରେ ବ୍ୟାପିଥିଲା । ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ହେବ । ତେବେ ୧୦/୧୫ ଦିନ ପରେ ସଂକ୍ରମଣ ଧିରେ ଧିରେ ଖସିବ । ଏମିତି ଆଶଙ୍କା ରହୁଛି । ତଥାପି କରୋନାକୁ ନେଇ କୌଣସି ପୂର୍ବାନୁମାନ କରିବା ସହଜ ନୁହେଁ । ଡିଏମଇଟି ନିଦେ୍ର୍ଧଶକ ପ୍ରଫେସର ସି ବି ଜେ ମହାନ୍ତି ମଧ୍ୟ ସମାନ କଥା ଦୋହରାଇଛନ୍ତି । କାନପୁର ଆଇଆଇଟି ରିପୋର୍ଟକୁ ଆଧାର କରି ସେ ମଧ୍ୟ ମେ’ ମଧ୍ୟ ଭାଗରେ କରୋନା ପିକକୁ ଯିବ ବୋଲି କହିଛନ୍ତି । ତେବେ ସତର୍କ ନ ରହିଲେ, ସଂକ୍ରମଣ ଆଶାଠୁ ଅଧିକ ଜୋରସାର ବ୍ୟାପିପାରେ । ତେଣୁ ଆମକୁ ଏ ଦିଗରେ ସଚେତନ ହେବାକୁ ହେବ । ଆରଏମଆରସି ନିଦେ୍ର୍ଧଶକ ଡାକ୍ତର ସଂଘମିତ୍ରା ପତି କିନ୍ତୁ କରୋନାକୁ ନେଇ କୌଣସି ପୂର୍ବାନୁମାନ ଲଗାଇବା ଠିକ ହେବନି ବୋଲି କହିଛନ୍ତି । ନୂଆ ଷ୍ଟ୍ରେନ କେତେ ଭୟଭଙ୍କର ହେଉଛି, ତାହାର ଅନୁମାନ ଲଗାଇ ହେବନି ।
Powered by Froala Editor