କାହିଁକି ପୌର କର୍ମଚାରୀଙ୍କ ଛୁଟି ବାତିଲ ହେଲା ଜାଣନ୍ତୁ?

ଭୁବନେଶ୍ୱର: ସବୁ କର୍ମଚାରୀଙ୍କ ଛୁଟି ତକ୍ରାଳ ବାତିଲ କର । ଯେଉଁମାନେ ପୂର୍ବରୁ ଛୁଟି ନେଇଛନ୍ତି ଦେମାନେ ତୁରନ୍ତ ମୁଖ୍ୟାଳୟରେ ରିପୋର୍ଟ କରନ୍ତୁ । ବିଭାଗୀୟ ଅନୁମତି ବିନା କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ି ପାରିବେନି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ପୌର କର୍ତ୍ତୃପକ୍ଷଙ୍କୁ ଏଭଳି ନିଦେ୍ର୍ଧଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ ଜାରି କରିଥିବା ନିଦେ୍ର୍ଧଶନାମାରେ ଉଲ୍ଲେଖ କରିଛନ୍ତି, ପୌର ଅଧୀନରେ କାମ କରୁଥିବା ୱାର୍ଡ ଅଫିସରମାନେ ସର୍ଭେଲାନ୍ସ ଅଫିସର ଭାବେ କାମ କରିବେ । ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ଓ ଲୋକଙ୍କ ସହ ସମନ୍ୱୟ ରକ୍ଷା କରି କୋଭିଡ ମୁକାବିଲା ପାଇଁ କାମ କରିବେ । ସଚେତନତାକୁ ଫୋକସ କରିବେ । ଗୁଜବ ବା ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବାବଦରେ କର୍ତ୍ତୃପକ୍ଷଙ୍କୁ ତକ୍ରାଳ ଖବର ଦେବେ । ଏଥିସହ କୋଭିଡ ପରିଚାଳନା ପାଇଁ କର୍ତ୍ତୃପକ୍ଷ ଯେଉଁ ସମସ୍ତ ସେବା ଯୋଗାଉଥିଲେ ତାକୁ ପୁଣି ଆରମ୍ଭ କରିବେ ।
Powered by Froala Editor