ଜାନୁଆରୀରେ ମୌନିଙ୍କ ହାତ ଧରିବେ ସୁରଜ
ବିବାହ ବନ୍ଧନରେ ବାନ୍ଧିହେବେ ମୌନି ରୟ। ସେ ତାଙ୍କ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କ ହାତ ଧରିବେ। ଆସନ୍ତା ବର୍ଷ ଜାନୁଆରୀରେ ଦୁବାଇ କିମ୍ବା ଇଟାଲୀରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି। ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି।
ଟଲିଉଡ୍ରୁ ବଲିଉଡକୁ ଡିଆଁ ମାରିଥିବା ମୌନି ଦୀର୍ଘ ଦିନ ହେବ ସୁରଜ ନାମ୍ବିଆରଙ୍କୁ ଡେଟ୍ କରୁଛନ୍ତି । ସୁରଜ ହେଉଛନ୍ତି ଦୁବାଇର ଜଣେ ବ୍ୟାଙ୍କର ଏବଂ ବ୍ୟବସାୟୀ । ସେ ବେଙ୍ଗାଲୁରୁ ବାସିନ୍ଦା । ଗତ କିଛି ଦିନ ତଳେ ମୌନିଙ୍କ ମା' ସୁରଜଙ୍କ ପରିବାର ସହ ସାକ୍ଷାତ କରିଥିଲେ । ଏହା ପରଠୁ ବିବାହ ଡେଟ୍ ସ୍ଥିର ହୋଇଥିବା ସୂଚନା ମିଳୁଛି।
ମୌନିଙ୍କ ଭାଇ ବିଦ୍ୟୁତ ରୟ ସରକାର କହିଛନ୍ତି,୨୦୨୨ ଜାନୁଆରୀରେ ମୌନି ତାଙ୍କ ବୟଫ୍ରେଣ୍ଡ ସୂରଜଙ୍କୁ ବିବାହ କରିବେ । ଦୁବାଇ କିମ୍ବା ଇଟାଲିରେ ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚ ବିହାରରେ ଏକ ଛୋଟ ଫଙ୍କସନ୍ ହେବ । ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ । ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି ତାହା କେବଳ ଆସନ୍ତ ବର୍ଷ ଅପେକ୍ଷା ।
Powered by Froala Editor