ରାଜଧାନୀରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ
ଭୁବନେଶ୍ୱର: ରାଜଧାନୀର ଶତାଦ୍ଦି ନଗର ଅଞ୍ଚଳରେ ଆଜି ସକାଳୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ନାଁ ସତ୍ୟ ରଞ୍ଜନ ଭଞ୍ଜ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସତ୍ୟ ରଞ୍ଜନଙ୍କ ଭାଇଙ୍କ କହିବାନୁଯାୟୀ, ପରିବାର ସହ ସତ୍ୟ ରଞ୍ଜନ ଶତାଦ୍ଦି ନଗର ଅଞ୍ଚଳରେ ରହୁଛନ୍ତି। ଆଜି ସକାଳେ ସେ ମର୍ଣ୍ଣି ୱାକ କରିବାକୁ ଯାଇଥିଲେ। ଘରଠୁ ମାତ୍ର ୫ଶହ ମିଟର ଦୂରରେ ଥିବା ବେଳେ ୨ ଯୁବକ ଏକ ବାଇକ୍ରେ ତାଙ୍କ ପିଛା କରି ଆସିଲେ। ତାଙ୍କ ନିକଟରେ ଗାଡ଼ି ଅଟକାଇ ମୋବାଇଲ ଦେ ବୋଲି ଧମକାଇଥିଲେ। ମାତ୍ର ସତ୍ୟରଞ୍ଜନ ପ୍ରତିବାଦ କରିବାକୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୨ ଯୁବକ ସାଙ୍ଗରେ ଆଣିଥିବା ଏକ ଲୁହା ରଡ଼ରେ ସତ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
Powered by Froala Editor