ଜୀବନରେ ଉନ୍ନତି ଆଣେ ଏହି ରଙ୍ଗ

ରଙ୍ଗ ଆମ ଦୈନନ୍ଦିନ ଜୀବନରେ ଉତ୍ସାହ ଭରିଥାଏ । ପ୍ରାଚୀନ କାଳରୁ ପ୍ରମାଣିତ ହୋଇଛି ଯେ ରଙ୍ଗ ମନକୁ ଶାନ୍ତି ଓ ଖୁସି ଦେବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରେ । ସଂଖ୍ୟାଧିକ ରଙ୍ଗ ମନୁଷ୍ୟ ଜୀବନକୁ କିଭଳି ଭାବେ ପ୍ରଭାବିତ କରେ । ସେ ସଂକ୍ରାନ୍ତରେ ନିକଟରେ ହୋଇଥିବା ପରୀକ୍ଷାରୁ ବିଭିନ୍ନ ତଥ୍ୟ ସମ୍ମୁଖକୁ ଆସିଛି ।
ହଳଦୀ ରଙ୍ଗକୁ କିଛି ସମୟ ନିରୀକ୍ଷଣ କଲେ ତାହା ଆମ ଚିନ୍ତାକୁ ପରିବର୍ତ୍ତନ କରେ । ଦିନମାନ ନିଜକୁ ସତେଜର ସ୍ପର୍ଶ ଦେବାକୁ ଚାହୁଁଥିଲେ ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଘର ହେଉ ବା କାର୍ଯ୍ୟାଳୟ, କୌଣସି ଏକ କୋଣରେ ହଳଦୀ ରଙ୍ଗର ଏକ ଜିନିଷକୁ ରଖନ୍ତୁ । ନିୟମିତ ଭାବେ ତାହାକୁ ଦେଖିଲେ ଶରୀରକୁ ଫୂର୍ତ୍ତି ଲାଗିଥାଏ ବୋଲି ବିଶେଷଜ୍ଞଙ୍କ ମତ ।
-ସବୁଜ ରଙ୍ଗ ମନକୁ ଶାନ୍ତି ଦିଏ । ଜାଣି ରଖନ୍ତୁ ଏହା ଏକ ପ୍ରମୁଖ କାରଣ ଯେ ପ୍ରତ୍ୟେକ ଚିକିତ୍ସାଳୟରେ ପରଦା ସବୁଜ ରଙ୍ଗର ହୋଇଥାଏ । ପ୍ରକୃତିର ସବୁଜିମା ମଧ୍ୟ ମନ ମୋହି ନିଏ ।
-ଫୂର୍ତ୍ତି ଓ ପବିତ୍ରତାର ରଙ୍ଗ ଭାବେ ଜଣାଯାଉଥିବା ଧଳା ରଙ୍ଗ ଅବସାଦଗ୍ରସ୍ତ ଲୋକଙ୍କ ମନକୁ ପରିବର୍ତ୍ତନ କରିବାର ସର୍ବୋତ୍ତମ ବୋଲି ବିଶେଷଜ୍ଞଙ୍କ ମତ ।
-ହାଲକା ଗୋଲାପୀ ରଙ୍ଗ ଦେଖିଲେ ମନ ହାଲକା ଲାଗିବା ସହ ଏହା ଚତୁଃପାଶ୍ୱର୍ରୁ ନକାରାତ୍ମକ ଶକ୍ତି ମଧ୍ୟ କମ କରେ । ନବଜାତ ଶିଶୁଙ୍କ ଗୋଲାପୀ ରଙ୍ଗର ପୋଷାକ ମଧ୍ୟ ଏଥିପାଇଁ ପିନ୍ଧାଯାଇଥାଏ ।
-ଶାନ୍ତିପୂର୍ଣ୍ଣ ବାତାବରଣ ନିମନ୍ତେ ନିଜ ଘରର ଆଭ୍ୟନ୍ତରୀଣକୁ ହାଲକା ବାଇଗଣୀ ରଙ୍ଗ ଦିଅନ୍ତୁ । ବିଭିନ୍ନ ବର୍ଗର ଲୋକଙ୍କ ଉପରେ ପରୀକ୍ଷା କରାଯାଇ ଏହା ପ୍ରମାଣିତ ହୋଇଛି ।
Powered by Froala Editor