୨ ଛାତ୍ରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ନକ୍ସଲଙ୍କ ବର୍ବରତା ଏବଂ ଆତଙ୍କର ପୁଣି ଗୋଟିଏ ନମୁନା ସାମ୍ନାକୁ ଆସିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଦୁଇ ଜଣ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜଗରଗୁଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲୀ ଗାଁର ଦୁଇ ଛାତ୍ର ତାତି ହଡମା ଏବଂ ମାଡକମ ଅର୍ଜୁନଙ୍କୁ ନକ୍ସଲ ଅପହରଣ କରି ନେଇଥିଲେ । ନିକଟସ୍ଥ ଜଙ୍ଗଲରେ ଉଭୟଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିଲେ । ଜଙ୍ଗଲ ଭିତରେ ହିଁ ଶବକୁ ଛାଡ଼ି ଚାଲି ଯାଇଥିବା ବେଳେ ଘଟଣା ସ୍ଥଳକୁ ପୋଷ୍ଟର ମିଳିଛି । ସେଥିରେ ଦୁଇ ଛାତ୍ର ପୁଲିସ ଇନଫର୍ମର ଭାବେ କାମ କରୁଥିଲେ ବୋଲି ଉଲ୍ଲେଖ କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ଜଙ୍ଗଲରେ ପହଞ୍ଚି ଦୁଇ ଛାତ୍ରଙ୍କ ଶବକୁ ଜବତ କରିଛି ।
Powered by Froala Editor