ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ
କୋଲକାତା: ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭବାନୀପୁର ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଟିଏମସି ବିଧାୟକ ତ୍ରିନାଥ କଂଗ୍ରେସ ୱାର୍ଡ ନମ୍ବର ୭୨ର ଏକ ମତଦାନ ବୁଥରେ ଉଦ୍ଦେଶ୍ୟମୂଳକ ଭାବେ ଭୋଟ୍ ମେସିନ୍ ବନ୍ଦ କରିଦେଇଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।
ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭବାନୀପୁର ବିଜେପି ପ୍ରାର୍ଥୀ ମତଦାନ ବୁଥରେ ପହଞ୍ଚିଛନ୍ତି । ଏହିସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିବ୍ରୁୱାଲ କହିଛନ୍ତି ଯେ, ଟିଏମସିର ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ବୁଥ୍ ନ୍ଂ ୭୨କୁ ବନ୍ଦ କରିଦେଇଛନ୍ତି ।ପଶ୍ଚିମବଙ୍ଗର ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀ- ଭବାନୀପୁର, ସାମସର୍ଗଗଞ୍ଜ ଏବଂ ଜାଙ୍ଗିପୁରରେ ଉପନିର୍ବାଚନ ଚାଲିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଭବାନୀପୁର ଉପ-ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।
ଅନ୍ୟପକ୍ଷରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଦେଉଛନ୍ତି ଭୋଟର୍ । ପୂର୍ବାହ୍ନ ୧୧ ପୂର୍ବରୁ ୨୧.୭୩ ପ୍ରତିଶତ ମତଦାନ ହୋଇଛି । ସେହିପରି ସମଶେରଗଞ୍ଜରେ ୪୦.୨୩ ପ୍ରତିଶତ ମତଦାନ ହୋଇଥିବାବେଳେ ଜାଙ୍ଗିପୁରରେ ୩୬.୧୧ ପ୍ରତିଶତ ମତଦାନ ହୋଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା
Powered by Froala Editor