ଠିକା କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ଏକାଡେମିକ କାଉନସିଲ ମିଟିଂ ଚାଲିଥିବା ବେଳେ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । କିରାସିନି ଢ଼ାଳି ନିଜ ଦେହରେ ଠିକା କର୍ମଚାରୀ ଜଣକ ନିଅାଁ ଲଗାଇଛନ୍ତି । ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଅନ୍ୟ କର୍ମଚାରୀମାନେ ନିଅାଁ ଲିଭାଇଥିବା ଜଣାପଡିଛି । ଫାୟାର ଏକ୍ସଟିଂଗୁଇସର ମାଧ୍ୟମରେ କର୍ମଚାରୀମାନେ ନିଅାଁ ଲିଭାଇଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଘଟଣା ସ୍ଥଳରେ ଦରପୋଡା ସାର୍ଟ ଓ ଅଧାଜଳା ଦିଆସିଲି ପଡିଥିବା ଦେଖିବାକୁ ମିଳିଛି । ବହୁ ଦିନ ଧରି ବିଶ୍ୱବିଦ୍ୟାଳୟରେ ସେ ଠିକାରେ କାମ କରୁଥିଲେ ।
Powered by Froala Editor