ମଞ୍ଚରେ ଶକ୍ତିଙ୍କୁ ମନ କଥା କହିଦେଲେ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା
ସର୍ବ ସମ୍ମୁଖରେ କରୋଓଗ୍ରାଫର ଶକ୍ତି ମୋହନଙ୍କୁ ପ୍ରୋପଜ କରିଛନ୍ତି ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା। ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଡ୍ୟାନ୍ସ ରିଆଲଟି ଶୋ’ ଡ୍ୟାନ୍ସ ପ୍ଲସ୍-୬ର ଷ୍ଟେଜ୍ରେ ନୀରଜଙ୍କୁ ଦେଖିବାକୁ ମିଳିଛି । ସେଠାରେ ସେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିବା ସହ ଜବରଦସ୍ତ ଧମାଲ କରିଛନ୍ତି। ଏହା ସହ ମଞ୍ଚ ଉପରେ ସମସ୍ତ ଆଗରେ ଶକ୍ତି ମୋହନଙ୍କୁ ନୀରଜ ପ୍ରପୋଜ କରିଛନ୍ତି। ନିଜ ଢ଼ଙ୍ଗରେ ସେ କହିଛନ୍ତି, ‘ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜାଭେଲିନ୍, ମୁଁ ତୁମକୁ ଅଧିକ ସମୟ ଦେଇପାରିବି ନାହିଁ। ମୋତେ ଆଉ କିଛି ଆସେ ନାହିଁ। ଖାଦ୍ୟ ରୋଷେଇ କରିବା ମଧ୍ୟ ଆସେନି।’ ନୀରଜଙ୍କ ଏହି ପ୍ରପୋଜ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
କେବଳ ସେତିକି ନୁହେଁ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।
Powered by Froala Editor