ଏସିଏଫ ସୌମ୍ୟ ମୃତୁ୍ୟ ମାମଲାକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମୃତୁ୍ୟ ମାମଲାର ଲାଏ ଡିଟେକ୍ସନ ରିପୋର୍ଟ । ତିନି ପ୍ରମୁଖ ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫଓ ଓ ରୋଷେୟାଙ୍କ ସହିତ ବଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି । ବର୍ତ୍ତମାନ ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ରିପୋର୍ଟର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ । ଏହି ରିପୋର୍ଟର ତର୍ଜମା ପରେ ପରବର୍ତ୍ତୀ ପଦକ୍ଷପ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛିନ୍ତି । ତର୍ଜମା ପରେ ଦୀର୍ଘ ଦିନ ଧରି ଚାଲିଥିବା ତଦନ୍ତ ପ୍ରକ୍ରିୟାରେ କୌଣସି ନିଷ୍କର୍ସ ବାହାରିବ ବୋଲି ଅନୁମାନ କରାଯାଉଛି । ତେବେ ତିନି ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟରେ ତର୍ଜମା ପରେ, ରିପୋର୍ଟରେ ତାଳମେଳ ନଖାଇଲେ କିଏ ଅଡୁଆରେ ପଡିବେ ଓ ପରବର୍ତ୍ତୀ ପଦକ୍ଷପ କ’ଣ ରହିବ? ତାକୁ ସମସ୍ତଙ୍କ ଅପେକ୍ଷା
ଏହାରି ଭିତରେ ଗତକାଲି ସୌମ୍ୟଙ୍କ ବାପା ନ୍ୟାୟ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ପ୍ରଶ୍ନ କରିଥିଲେ । ଦୀର୍ଘଦିନ ଧରି ସେ ନ୍ୟାୟ ପାଇଁ ଏଦୁଆର ସେଦୁଆର ହେଉଥିବାରୁ ସୌମ୍ୟଙ୍କ ବାପା କ୍ଷୋଭ ପ୍ରକାଶ କରିଥିଲେ ।
Powered by Froala Editor